ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଲାଞ୍ଚ କାରବାର l ସପରିବାର ସହ ବିଡ଼ିଓ କାର୍ଯ୍ୟାଳୟ ଆଗରେ ଧାରଣା l
ଶେରଗଡ଼ (ପି.ଏନ ): କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଗରିବ ଶ୍ରେଣୀର ଲୋକଙ୍କ ରହିବା ସୁଭିଧା ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୫ ଜୁନ ୨୦୧୫ ରେ ଆରମ୍ଭ କରିଥିଲେ l ଏଥିରେ ପଂଚାୟତ ସ୍ତରରେ କେଉଁ ପରିବାରଟି ପାଇବା ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କଲାପରେ ଯୋଗ୍ୟ ହିତାଧିକାରୀ ଚୟନ କରାଯାଇଥାଏ l ହେଲେ କେତେକ ଜାଗାରେ ଯୋଗ୍ୟ ହିତାଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇଥାନ୍ତି l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ର ଶେରଗଡ଼ ଗ୍ରାମରେ l ଶେରଗଡ଼ ଗ୍ରାମର ସାମନ୍ତ ସାହିର ମୁନା ସ୍ୱାଇଁ ପିତା କରୁଣା ସ୍ବାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲେ ମଧ୍ୟ ପାଇନଥିବା ଯୋଗୁଁ ବିଡ଼ିଓ ଙ୍କ ଅଫିସ ଆଗରେ ରେ ଧାରଣା ଦେଇଥିଲେ। ସୂଚନା ମୁତାବକ ମୁନା ସ୍ବାଇଁ ସରପଞ୍ଚ ଓ ବିଡ଼ିଓ ଙ୍କ ପାଖରେ ବହୁବାର ଅଭିଯୋଗ ଜଣାଇବା ପରେ କିଛି ପ୍ରତିଶୃତି ନମିଳିବାରୁ ତାର ସପରିବାର ସହ ବିଡ଼ିଓ ଅଫିସ ଆଗରେ ଧାରଣା ରେ ବସିଥିଲେ lପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ତିରିଶି ହଜାର ଟଙ୍କା ମାଗୁଥିବା କଥା ମୁନା ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି l ମୁନାଙ୍କ କହିବାନୁସାରେ ସେ ରିକ୍ସା ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ଏଣୁ ମୁଁ ଏତେ ଟଙ୍କା କେଉଁଠାରୁ ଆଣିବି l ମୁନା ସ୍ଵାଇଁ ଓ ତାଙ୍କ ପରିବାର ବିଡ଼ିଓ ଙ୍କ ଅଫିସ ଆଗରେ ବସିଥିବାର କାରଣରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବାଶିଷ ବରାଳ ବୁଝା ସୁଝା କରି ତଦନ୍ତରେ ଯିବାପାଇଁ ପ୍ରତିଶ୍ରୁତି ଦେବା ପରେ ମୁନା ସ୍ବାଇଁ ନିଜ ଛୁଆଙ୍କୁ ଧରି ଘରକୁ ଫେରିଥିଲେ। ସୂଚନା ଥାଉକି ପ୍ରକୃତ ଗରିବ ଲୋକଟିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ଥିବା ଯୋଗୁଁ ମୁନା ସ୍ବାଇଁ ବିଡ଼ିଓ ଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ l ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ସମ୍ଭବ ହୋଇପାରିନାହିଁ l ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଏହିଭଳି ଟଙ୍କା କାରବାର ହେଉଛି, ତାହେଲେ ପ୍ରଶାସନ କାହିଁକି ଚୁପ ବସିଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହେଉଛି l