ବିଜେପିର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ :- ଯୋଗଦେଲେ ବହୁ କର୍ମୀ
ନବରଙ୍ଗପୁର-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି ଠାରେ ବିଜେପିର ସୋମବାର ତ୍ରିରଙ୍ଗା ଯାତ୍ରା ସହ ବାଇକ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି, ମୈଦଲପୁର, ଡଙ୍ଗରା, ଡାବୁଗାଁ, ବୋରିଗାଁ, କୋଷାଗୁମଡା ଆଦି ମଣ୍ଡଳୀ ରୁ ବାଇକ ନିଜ ନିଜ ମଣ୍ଡଳୀ ରେ ବାଇକ ରେଲି କରି ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ବନ୍ଦେବମାତରାମଂ ନାରା ଦେଇ ପାପଡାହାଣ୍ଡି ଶହୀଦ ମିନାର ଠାରେ ପହଁଚିଥିଲେ | ଶହୀଦ ମିନାର ଠାରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ | ଶହୀଦ ମିନାର ପରିସର ଠାରେ ବିଜେପି ଦଳ ପକ୍ଷରୁ ବିଭାଜନ ବିଭେଷିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ମାଝୀ, ତ୍ରିନାଥ ଅମନାତ୍ୟ,ଗୋବିନ୍ଦ ଗୋପାଳ ଅଗ୍ରୱାଲ, କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ଅବସରରେ ଅତିଥି ମାନେ ଦେଶ ବିଭାଜନ ବିଭେଷିକା ଉପେର କହିଥିଲେ ଭାରତ ବର୍ଷ ରେ 75 ପୂର୍ତ୍ତି ନେଇ ଅମୃତ ମୋହତ୍ସବ ନେଇ ହର ଘର ତୀରଙ୍ଗା ଯାତ୍ରା ଜାରି ରହିଛି | ଅଗଷ୍ଟ 14 ତାରିଖ ରେ ଦେଶ ବିଭାଜନ ବିଭେଷିକା ରେ ଭାରତ ପାକିସ୍ତାନ ଅଲଗା ହୋଇଥିଲା | ଏହି ଦିନ ରେ ଲକ୍ଷ୍ ଲକ୍ଷ୍ ଲୋକଙ୍କୁ ହତ୍ୟା କରି ପାକିସ୍ତାନ ରୁ ଭାରତ ପଠେଇଥିଲେ,ଶହୀଦ ଯବାନ ଓ ଶହୀଦ ମାନଙ୍କ ପାଇଁ ଓ ତାଙ୍କ ପରିବାରକୁ ସମ୍ବର୍ଦ୍ଧନା କରିବା ଏହି ତ୍ରିରଙ୍ଗା ଯାତ୍ରା ର ମୁଖ୍ୟ ଉଦ୍ୟେଶ | ଦେଶରେ ଦୁଇଟି ପ୍ରଧାନମନ୍ତ୍ରୀ ମହତକାଂକ୍ଷା ପାଇଁ ଦେଶ ବିଭାଜନ କରାଯଇଥିଲା | ଆସନ୍ତା ଅଗଷ୍ଟ 15 ତାରିଖ ରେ ସହ ସଂମ୍ମାନ ନିଜ ନିଜ ଘରେ ତ୍ରିରଙ୍ଗା ଲଗେଇବା ବୋଲି ଅତିଥି ମାନେ କହିଥିଲେ | ଏହି କାର୍ଯ୍ୟକ୍ରମ ଦେବଦାସ ମହାଙ୍କୁଡ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର, ମୈଦାଳପୁର ମଣ୍ଡଳ ସଭାପତି ଅରୁଣ ବାହୁକ, ଡାବୁଗାଁ ମଣ୍ଡଳ ସଭାପତି ଏ. ରାଜଶେଖର ରାଓ, ଡଙ୍ଗରା ମଣ୍ଡଳ ସଭାପତି ସୋମନାଥ ପୂଜାରୀ,କୋଟାଗାଁ ମଣ୍ଡଳ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବୋରିଗାଁ ମଣ୍ଡଳ ସଭାପତି ଲଖିନାଥ ଭତରା, ହରି ପାଣିଗ୍ରାହୀ,ଜ୍ୟୋତି ରଞ୍ଜନ କଂସ ଓ 2000 ରୁ ଉର୍ଦ୍ଧ ବିଜେପି କର୍ମୀ ଉପସ୍ଥିତି ରହିଥିଲେ |