ହିନ୍ଦୋଳରେ ଲୋକପ୍ରିୟତାର ଶୀର୍ଷରେ ବିଧାୟିକା ସୀମାରାଣୀ
ହିନ୍ଦୋଳ :-ରିପୋର୍ଟ ନିମାଇଁ ଚରଣ ସାମଲ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକର ୩୫ପଞ୍ଚାୟତ, ଓଡାପଡାବ୍ଲକର ୨୮ ପଂଚାୟତ ଓ ହିନ୍ଦୋଳ ଏନଏସି କୁ ନେଇ ନିର୍ବାଚନ ମଣ୍ଡଳୀ ପରିସୀମା!୨୦୦୦ମସିହା ଠାରୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ଦୁର୍ଗ ହୋଇରହିଛି! ପ୍ରମାଣସ୍ୱରୂପ ଗତ12/7/2023ରେ 5 ଟି ସଚିବ ଭିକେ ପାଣ୍ଡିଆନ ହିନ୍ଦୋଳ ଉପଖଣ୍ଡରେ ଏକ ଜନଶୁଣାଣୀରେ ଯୋଗଦେଇଥିବାବେଳେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କୁ ବିପୁଳସମର୍ଥନକରି ଉପଖଣ୍ଡର ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ, ବହୁବର ପଡିଆ ଜନସମୁଦ୍ର ପାଲଟିଯାଇଥିବା ବେଳେ ଉପଖଣ୍ଡ ର ଜନପ୍ରିୟ ବିଧାୟିକା ସୀମାରାଣୀ ନାୟକଙ୍କ ପ୍ରତି ଦିନକୁଦିନ ଜନସମର୍ଥନ ବଢ଼ିଚାଲିଥିବା ପ୍ରମାଣିତ ହୋଇଥିଲା!ଚଳିତ ୨୦୨୨ପଞ୍ଚାୟତ ନିର୍ବାଚନରେ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ନେତୃତ୍ୱରେ ହିନ୍ଦୋଳନିର୍ବାଚନ ମଣ୍ଡଳୀର ୭ ଟି ଯାକ ଜିଲ୍ଲାପରିଷଦ ଜୋନରେ ବିପୁଳଭୋଟରେ କ୍ଲିନସୁଇପକରି ସବୁଆସନ ପୋଛିନେଇଥିଲା ବିଜେଡି ଏବଂ ହିନ୍ଦୋଳ ଓ ଓଡାପଡା ବ୍ଲକର ଅଧକ୍ଷ ପଦମଧ୍ୟ ବିଜେଡି ଦଖଲ କରିଥିଲା l!ଏଇନିକଟରେ ସଦ୍ୟଅନୁଷ୍ଠିତ ହୋଇଥିବା ହିନ୍ଦୋଳ ଏନଏସି ନିର୍ବାଚନରେ ସୀମାରାଣୀ ଙ୍କ ନେତୃତ୍ୱରେ ଅଧକ୍ଷ ପଦ ସହ ବିଜେଡି ୧୬ଟି ୱାର୍ଡ ରୁ ୧୧ ଟି ୱାର୍ଡ ଦଖଲ କରିଥିଲା!ପ୍ରତ୍ୟକ୍ଷ ହେଉବା ପରୋକ୍ଷ ହେଉ ପଞ୍ଚାୟତ ନିର୍ବାଚନ ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ଆଶାତୀତ ସଫଳତା ସୀମାରାଣୀ ଙ୍କ ଲୋକପ୍ରିୟତାର ପ୍ରମାଣ ଦେଉଛି !ଶାସକ ବିଜେଡି ଦଳରୁ କିଛି ପ୍ରଭାହହୀନ ଆଶାୟୀ ମୁଣ୍ଡ ଟେକୁଥିଲେ ମଧ୍ୟ ସୀମାରାଣୀ ନାୟକଙ୍କ ସୀମା ସରହଦ ପାରକରି ଦଳୀୟ ହାଇକମାଣ୍ଡ ନିକଟରେ ପହଞ୍ଚିବା ଦୁରୂହ ବ୍ୟାପାର ବୋଲି ସର୍ବସାଧାରଣରେ ଆଲୋଚନା ହେଉଅଛି! ଜନସାଧାରଣ ମଧ୍ୟ ବିଧାୟିକା ସୀମାରାଣୀ ନାୟକଙ୍କ ବ୍ୟତୀତ ଆଉକାହାକୁ ବିଶ୍ୱାସ ଭରସାକୁ ନେଇ ପାରୁ ନାହାନ୍ତି!ଏଣୁ ସୀମାରାଣୀ ନାୟକ ହିଁ ଏକମାତ୍ର ଭରସାଯୋଗ୍ୟ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ବ୍ୟକ୍ତିତ୍ୱ ବୋଲି ରାଜ୍ୟରେ, ଢେଙ୍କାନାଳଜିଲ୍ଲା ଓ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ରାଜନୈତିକ ବିଶେଷଜ୍ଞ ବୁଦ୍ଧିଜୀବୀ ଓ ଆବାଳ ବୃଦ୍ଧବନିତା ସମସ୍ତ ସାଧାରଣଜନତା ମତବ୍ୟକ୍ତ କରିବା ସହ ଆଲୋଚନାକରି ଏବେଠାରୁ ରାଜନୈତିକ ପାଣିପାଗକୁ ଉଷ୍ମତା କରିଦେଇଛନ୍ତି!୨୦୧୪ ରେ ନିର୍ବାଚନରେ ବିଜେଡି ଟିକେଟରେ ସୀମାରାଣୀ ନାୟକ ପ୍ରଥମଥର ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନିଜର ଲୋକପ୍ରିୟତା ପାଇଁ ସର୍ବାଧିକ ୮୪ ହଜାର ୩୫୧ଖଣ୍ଡ ଭୋଟ ପାଇଥିଲେ!ସେହି ନିର୍ବାଚନରେ ସୀମାରାଣୀ ୫୩ ହଜାର ୩୨୯ ଭୋଟ ଅଧିକ ପାଇ ନିର୍ବାଚନ ରେ ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଆଉ ଥରେ ସୀମାରାଣୀଙ୍କୁ ଭରସାକରି ଟିକେଟ ଦେଇଥିଲା ବିଜେଡି ଏବଂ 93980ଭୋଟ ପାଇ ସେହି ନିର୍ବାଚନରେ୧୮୯୦୫ ଭୋଟ ବ୍ୟବଧାନରେ ସୀମାରାଣୀ ବିଜୟୀ ହୋଇଥିଲେ ଏବଂ ପୂର୍ବଥର ଅପେକ୍ଷା ସୀମାରାଣୀଙ୍କ 9629ଅଧିକ ଭୋଟ ବୃଦ୍ଧି ହୋଇଥିଲା!ମାତ୍ର ସମସ୍ତ ପ୍ରତିଦ୍ବନ୍ଦିତା/ପ୍ରତିଦ୍ବନ୍ଦୀ, ବିରୋଧୀଙ୍କ ଗୋଟିଚାଳନା ମାତଦେଇ ହିନ୍ଦୋଳର ପ୍ରିୟନେତ୍ରୀ ବିଧାୟିକା ଶ୍ରୀମତୀ ସୀମାରାଣୀ ସବୁକୁ ପଛରେ ପକାଇ ତୃତୀୟ ଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ହ୍ୟାଟ୍ରିକ ମାରିବାକୁ ଦୃଢ ଆଶାବାଦୀ ରହିଥିବା ବେଳେ ଏଥର ତୃତୀୟ ଥର ବିଧାୟିକା ହୋଇ ମନ୍ତ୍ରୀପଦ ହାସଲ କରିବେ ବୋଲି ହିନ୍ଦୋଳ ନିର୍ବାଚନମଣ୍ଡଳୀ ଜନସାଧାରଣ ଓ ତାଙ୍କ ସମର୍ଥକମାନେ ଆଶାବାଦୀ ଥିବା ଦେଖିବାକୁ ମିଳିଛି!ଏହିସବୁ ଆଲୋଚନା ପର୍ଯ୍ୟାଲୋଚନା, ମତାମତ ଓ ରାଜନୈତିକ ବିଶ୍ଳେଷଣରୁ ସ୍ପଷ୍ଟ ଜଣାପଡୁଛି ଜେ ବହୁ ଉର୍ନତିମୂଳକ କାର୍ଯ୍ୟକରିଥିବା ଜନସାଧାରଣଙ୍କ ସୁଖଦୁଃଖରେ ସାଥିହୋଇପାରିଥିବା ସୀମାରାଣୀ ନାୟକ ହିଁ ଅପ୍ରତିଦ୍ବନ୍ଦି ଜନପ୍ରିୟ ନେତ୍ରୀ ଏବଂ ହିନ୍ଦୋଳର ପ୍ରଗତିର ଏକମାତ୍ର କର୍ଣ୍ଣଧାର ବୋଲି ବିବେଚନା ହେଉଛି!ମୋଟାମୋଟୀ ଭାବରେ କହିବାକୁ ଗଲେ ବିଧାୟିକା ସୀମାରାଣୀ ନାୟକ ଓ ବିଜେଡି ଦଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଜନପ୍ରିୟ ଓ ପଲ୍ଲା ଭାରି ରହିଥିବା ଦେଖିବାକୁ ମିଳୁଛି