ରାଜ୍ୟ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସାଇକେଲ ଯାତ୍ରା

*ଚିହ୍ନା ରାଓ ର ଦେଶ ଭକ୍ତି

* ଲୋକଙ୍କର ସ୍ୱାଗତ ଓ ସମ୍ବର୍ଦ୍ଧନାସେମିଳିଗୁଡା: ଦେଶ ସ୍ବାଧୀନ ହୋଇ ୭୬ ବର୍ଷ ହୋଇଥିବାରୁ କୋରାପୁଟ ଜିଲ୍ଲା ସେମିଳିଗୁଡା ସହର ଏସ ଚିହ୍ନା ରାଓ ୬୧ ବର୍ଷର ବ୍ୟକ୍ତି ୭୬ କିଲୋ ମିଟର ସାଇକେଲ ଯାତ୍ରା କରି ନିଜର ଦେଶ ଉପରେ ଥିବା ପ୍ରେମ କୁ ଦେଖାଇଛନ୍ତି। କୋରାପୁଟ ପ୍ରେସ କ୍ଲବ ଠାରୁ ଶନିବାର ସଂଦ୍ୟ ରେ ନିଜ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଳିତ ରଞ୍ଜନ   ସେଟୀ  ସାଇକଲ ଯାତ୍ରା କୁ ଆରମ୍ଭ କରିଥିଲା।ସାଇକେଲ ରେ ଏକ ଜାତୀୟ ପତାକା ଲଗାଇବା, ନିଜ ନାମ ଓ ଦେଶ ଭକ୍ତି ଦର୍ଶାଇ  ଏକ ନାମ ଫଳକ ଲଗାଇ ଯାତ୍ରା କରିଥିଲେ। ଶନିବାର ରାତିରେ ସେମିଳିଗୁଡା ରେ ବାସ କରି ପୁଣି ରବିବାର ଦିନ ଯାତ୍ରା ଆରମ୍ଭ କରିଥିଲେ । ସହର ରେ ବିଭିନ୍ନ ବର୍ଗ ଲୋକ ସ୍ୱାଗତ କରି ଥିଲେ ।ସେ ନିଜ ଯାତ୍ରା ୭୬ କିମି ଦୂରରେ ଥିବା ସୁଙ୍କି ନିକଟରେ ଥିବା ଓଡ଼ିଆ ଆନ୍ଧ୍ର ସୀମା ପର୍ଯ୍ୟନ୍ତ( ଓଡ଼ିଆ ଆନ୍ଧ୍ର ବୋର୍ଡର  )  ସାଇକେଲ ଯାତ୍ରା କରିଥିଲେ। ତାଙ୍କର ଯାତ୍ରା ସମୟ କୋରାପୁଟ,  ସୁନାବେଡ଼ା ,ସେମିଳିଗୁଡା,  କୁନ୍ଦୁଲି , ସୁଙ୍କି ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ଏବଂ ଲୋକ ସ୍ୱାଗତ ଜଣାଇଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ  ସମ୍ବର୍ଦ୍ଧନା ଜଣାଇଥିଲେ। ନିଜେ ସାଇକେଲ ରେ ବିଭିନ୍ନ ଗାଁ ଦେଇ ସନ୍ଧ୍ୟା ରେ ସୀମା କୁ ପହଞ୍ଚି ପତକା ଉତ୍ତୋଳନ କରିଥିଲେ।  ୭୬ ବର୍ଷ ସ୍ବାଧୀନ ଅବସରରେ ୭୬ କିମି ସାଇକେଲ ଯାତ୍ରା କରିବା ପାଇଁ ଲକ୍ଷ ଥିବା ବେଳେ ଲୋକେ ଉତ୍ସାହିତ କରିବା ଯୋଗୁଁ ଯାତ୍ରା ସଫଳ ହୋଇଛି ବୋଲି ଚିହ୍ନା ରାଓ ଜଣାଇଛନ୍ତି।ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ଅବସରରେ ଲୋକ ଙ୍କୁ  ଚିହ୍ନା ସଚେତନତା କରିଥିଲେ। ଚିହ୍ନା ରାଓ ଙ୍କୁ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର,ସିତମ୍ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ କ୍ରିଷ୍ଣା ସିଂହ, ଓ ଅନ୍ୟ ମାନେ ଶୁଭେଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *