ରାଜ୍ୟ

୭୭ତମ ସ୍ବାଧିନତା ଦିବସ ଅବସରରେ ବ୍ରହ୍ମପୁର ସହରର ଅଙ୍କୁଲି ଠାରେ କୃଷକ ମାନଙ୍କୁ ସମ୍ମାନିତ

*ବ୍ରହ୍ମପୁର – ୭୭ତମ ସ୍ବାଧିନତା ଦିବସ ଅବସରରେ ବ୍ରହ୍ମପୁର ସହରର ଅଙ୍କୁଲି ଠାରେ କୃଷକ ମାନଙ୍କୁ ସମ୍ମାନିତ କରାଯାଇଛି। କୃଷକମାନେ ହେଲେ ଦେଶର ଅନ୍ୟତମ ସୈନିକ । ସେମାନଙ୍କ ଝଳବୁହା ପରିଶ୍ରମ ଲାଗି ଆମ ଦେଶରେ ଖାଦ୍ୟର ଅଭାବ ନାହିଁ । ତେଣୁ ଆଜିର ଏ ପବିତ୍ର ଦିବସରେ ସୁଦୂର ଆସାମ ରାଜ୍ୟରେ ରହୁଥିବା ସ୍ବେଚ୍ଛାସେବୀ ରାମକୃଷ୍ଣ  ନାୟକ (ଲାଲାଜି)ଙ୍କ ଅନୁଦାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବାପା ବିପ୍ର ଚରଣ ନାୟକ  ସଂଯୋଜନା କରିଥିଲେ। ବର୍ଷା ଦିନେ ଜମିରେ ଚାଷ କାମ ସମୟରେ ବର୍ଷା ରୁ ରକ୍ଷା ପାଇବା ତଥା କୃଷକଙ୍କ ଉନ୍ନତି ସକାଶେ ଆୟୋଜିତ ହୋଇଥିଲା ଏହି ସମ୍ମାନିତ କାର୍ଯ୍ୟକ୍ରମ। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସତିଶ ପ୍ରସାଦ ମହାନ୍ତି, ସମାଜସେବୀ ପଞ୍ଚାନନ ଚୌଧୁରୀ , ବିଡ଼ିଓ ନନ୍ଦବାବୁ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ୬୦ଜଣ କୃଷକଙ୍କୁ ଛତା ଓ ଉପଢ଼ୌକନ ଦ୍ଵାରା ସମ୍ମାନିତ କରିଥିଲେ। ଏହା ସହ ଲାଲାଜୀ ଙ୍କ ବଦାନ୍ୟ ଚିନ୍ତାଧାରା କୁ ବାପା ବିପ୍ର ଚରଣ ନାୟକ ଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥିମାନେ ଭୂରୁଭୂରି ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଟୁ ପ୍ରଧାନ, ରଞ୍ଜନ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 

Leave a Reply

Your email address will not be published. Required fields are marked *