ଚୋରକୁ ଗିରଫ କରି କୋର୍ଟ ଚାଲାଣ , ସାମ୍ବାଦିକ ସମ୍ମିଳନୀରେ ସୂଚନା
ନବରଙ୍ଗପୁର – ଚୋରି ଅଭିଯୋଗ ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ନବରଙ୍ଗପୁର ପୋଲିସ । ସୂଚନା ପ୍ରକାରେ ନବରଙ୍ଗପୁର ସହର ସ୍ଥିତ କେଉଟ ସାହିର ଏମ ଭାରତୀ ତାଙ୍କ ଅନୁପସ୍ଥିତି ରେ ଘରେ ଚୋରି ହୋଇଥିବା ନେଇ ଗତ ୯ ତାରିଖ ଦିନ ନବରଙ୍ଗପୁର ଥାନା ରେ ଏତଲା ଦାୟର କରିଥିଲେ । ପୂର୍ବ ରାତି ଅର୍ଥାତ ୮ ତାରିଖ ରାତିରେ ଘରେ ତାଙ୍କ କେହି ନ ଥିବା ବେଳେ ଘରେ ତାଲା ଦେଇ ବାହାରକୁ ଯାଇଥିଲେ । ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ଚୋରି ହୋଇଥିବା ଏବଂ ଚୋର କିଛି ସୁନା ଅଳଙ୍କାର ସହ ନଗଦ କିଛି ଟଙ୍କା ଚୋରି କରିଥିବା ନେଇ ଏତଲା ରେ ଦର୍ଶାଇଥିଲେ । ତେବେ ଏତଲା ଆଧାରରେ ଏସ୍ପି ଏସ ସୁଶ୍ରୀ ଙ୍କ ନିର୍ଦ୍ଦେଶ ରେ ପୋଲିସ ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଆରମ୍ଭ କରିଥିଲେ । ନବରଙ୍ଗପୁର ସାହି ଇଚ୍ଛାବତୀ ଗୁଡା ଠାରେ ବାସ କରୁଥିବା ଭି ତିରୁପତି ରାଓ ଙ୍କୁ ଗିରଫ କରିଛନ୍ତି । ଭି ତିରୁପତି ରାଓ ଙ୍କ ଘର ଆନ୍ଧ୍ରପ୍ରଦେଶ ସାଲୁର କରି ସାହି ଅନ୍ତର୍ଗତ ଭି ପୈଦାୟା ରାଓ ଙ୍କ ପୁଅ ଯିଏ କି ଇଛାବତୀ ଗୁଡା ଠାରେ ବାସ କରୁଥିବା ପୋଲିସ ଜାଣିବାକୁ ପାଇଛନ୍ତି । ତାଙ୍କ ଠାରୁ ପୋଲିସ ଦୁଇଟି ସୁନା ଚେନ, ଦୁଇଟି ସୁନା ମଙ୍ଗଳ ସୂତ୍ର, ଦୁଇଟି କାନ ଫୁଲ, ସହ କିଛି ରୁପା ସାମଗ୍ରୀ ସହ ଦୁଇଟି ଏଲଇଡି ଟିଭି, ଦୁଇଟି ମୋବାଇଲ ଫୋନ ସହ ୧୪ ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ବିଶେଷ କରି କାହା ଘରେ ସମସ୍ତେ ଅନୁପସ୍ଥିତ ଥିବା ଘର କୁ ଟାର୍ଗେଟ କରି ଚୋରି କରିବା ଭି ତିରୁପତି ରାଓ ଙ୍କ କାମ ବୋଲି ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।