ଜିତା ଅନୁଷ୍ଠାନ ତରଫରୁ ଶିଶୁ ସୁରକ୍ଷା ଅଭିଯାନ
ବଣାଇଁ: ୧୬/୮ (ସନ୍ତୋଷ କୁମାର ଅଟୀ) ବଣାଇ ଉପଖଣ୍ଡ ଲହୁଣୀପଡ଼ା ଏବଂ ବଣାଇଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ୭୭ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ଚିଲ୍ଡରେନ ଫାଉଣ୍ଡେସନ ଆନୁକୁଲ୍ୟରେ ବାଲ୍ୟ ବିବାହ , ଶିଶୁ ଶ୍ରମିକ ଉଛେଦ, ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ସଚେତନତା ପାଇଁ ବିଭିନ୍ନ ଗ୍ରାମରେ ସ୍ଵତନ୍ତ୍ର ଗ୍ରାମସଭାରେ ଏହି ଅଭିଯାନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ଜିତା” ଅନୁଷ୍ଠାନର ସଂଯୋଜକ ଡମ୍ବରୁଧର ସେଠୀ ଏବଂ ସହଯୋଗୀ କାର୍ଯ୍ୟକ୍ରମ ସଂଯୋଜକ ପ୍ରସନ୍ନ କୁମାର ଦାଶ ଯୋଗ ଦେଇ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସରକାର କଣ ସବୁ ଦଣ୍ଡ ବିଧାନ ବ୍ୟବସ୍ଥା କରିଛନ୍ତି ଏବଂ ବାଲ୍ୟ ବିବାହ ପରେ ଶିଶୁ ଏବଂ ମା ଜୀବନ ପ୍ରତି ବିପଦ ସୃଷ୍ଟି ହେବା , ଶିଶୁ ଶ୍ରମିକ ଉଛେଦ ପାଇଁ ସରକାରୀ ସ୍ତରରେ ଥିବା ସହାୟତା ପ୍ରଦାନ ଏବଂ ଶିଶୁ ନିର୍ଯାତନା ଦେଉଥିବା ବ୍ୟକ୍ବି ବିରୁଦ୍ଧରେ କଠୋର ଦଣ୍ଡ ବିଧାନ ର ବ୍ୟବସ୍ଥା ରହିଥିବା ନେଇ ମତ ପ୍ରକାଶ କରିଥିଲେ । ଲହୁଣୀପଡ଼ା ବ୍ଲକର ୫ଗୋଟି ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇ ଥିବା ଗ୍ରାମସଭା ଏବଂ ବଣାଇ ବ୍ଲକର ୧୩ଗୋଟି ପଞ୍ଚାୟତ ଏଭଳି ମୋଟ ୧୮ଗୋଟି ଗ୍ରାମସଭାରେ ହେଇଥିବା ଏହି ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗ୍ରାମର ଗ୍ରାମବାସୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପଞ୍ଚାୟତ କାର୍ଯ୍ୟନିର୍ବାହ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।