ରକ୍ତ ହାଣିଲା ରକ୍ତକୁ
ବଣାଇଁ:୧୭/୮ (ସନ୍ତୋଷ କୁମାର ଅଟୀ ) ଘରୋଇ କଳହରୁ କରୁଣ ପରିଣତି । ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା ।
ସୁନ୍ଦରଗଡ଼ ଜିଲ୍ଲା ବଣେଇଁ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ବାପ ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ ସାମାନ୍ୟ ବଚଶାକୁ ନେଇ କଳହ ସୃଷ୍ଟି ହୋଇଥିଲା । ପୁଅର ଗୋଇଠା ମାଡ଼ରେ ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆଘାତ କରିଥିଲେ । ଆହତ ଅବସ୍ଥାରେ ପରିବାର ଲୋକେ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁଶାନ୍ତଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣା ସ୍ଥଳରେ ପହଁଚି ବାପ ଗୋପୀନାଥ ନାଏକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛନ୍ତି ।