ରାଜ୍ୟ

ବିଜେପିର ଢେ଼ଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକ
ଭ୍ରଷ୍ଟାଚାରୀ ରାଜ୍ୟ ସରକାର ବିରୁଦ୍ଧରେ ପଂଚାୟତ ସ୍ତରରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି

ତାଳଚେର:ତା୧୭/୦୮:ତାଳଚେର ରେ ବିଜେପିର ଢେଙ୍କାନାଳ ଲୋକସଭା ର ପ୍ରବାସ ଯୋଜନା ର କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଜେପି ଢେ଼ଙ୍କାନାଳ ଲୋକସଭା ର ସଂଯୋଜକ ପ୍ରେମାନନ୍ଦ ଜେନା ଙ୍କର ଆବାହକତ୍ଵ ରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ସାଧାରଣ ସମ୍ପାଦକ ତଥା ଢେଙ୍କାନାଳ ଲୋକସଭା ପ୍ରଭାରୀ ସୀମାଞ୍ଚଳ ଖଟେଇ,ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ଏସ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ, ଲୋକସଭା ବିସ୍ତାରକ ଅମୃତ ରଞ୍ଜନ ସ୍ୱାଇଁ,ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜଳି ବେହେରା, ପ୍ରାକ୍ତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ବିଭୁତି ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ,ଶତ୍ରୁଘନ ଜେନା,ମହା ଜନ ସମ୍ପର୍କ ଅଭିଯାନ ର ଢେ଼ଙ୍କାନାଳ ଜିଲ୍ଲା ସଂଯୋଜକ ରାମଚନ୍ଦ୍ର ପାତ୍ର ଓ ଅନୁଗୁଳ ଜିଲ୍ଲା ସହ ସଂଯୋଜକ ପର୍ଶୁରାମ ବାରିକ ,ଅନୁଗୁଳ ବିଧାନସଭା ପ୍ରଭାରୀ ଯଯାତି ପଟ୍ଟନାୟକ,ଚନ୍ଦନ ସ୍ୱରାଜ, ପ୍ରଭାତ ପ୍ରଧାନ,ସମସ୍ତ ୭ଟି ବିଧାନସଭା ର ସଂଯୋଜକ, ସହ ସଂଯୋଜକ ,ପ୍ରଭାରୀ ଓ ସହ ପ୍ରଭାରୀ ଓ ବିସ୍ତାରକ ଯୋଗ ଦେଇଥିଲେ।ଆଗାମୀ ଦିନରେ ବିଜେପି ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଯୋଜନା ପ୍ରସ୍ତୁତି କରାଯାଇଛି।କେନ୍ଦ୍ର ମୋଦି ସରକାର ଙ୍କର ଯୋଜନା କୁ ନେଇ ମହା ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ବିଜେପି କାର୍ଯ୍ୟକର୍ତା ମାନେ ଘର ଘର ବୁଲି ସମ୍ପର୍କ କରିବା ସହ ମୋଦି ସରକାର ଙ୍କର ସେବା ସୁଶାସନ ଗରିବ କଲ୍ୟାଣ ର ୯ ବର୍ଷ ର ପୁସ୍ତିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।ଦୁର୍ନୀତି ଗ୍ରସ୍ତ ରାଜ୍ୟ ସରକାର ବିରୁଦ୍ଧରେ ଲୋକଙ୍କ ହକ ପାଇଁ ପଂଚାୟତ ସ୍ତରରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଥମ ରେ ସମସ୍ତ ପଂଚାୟତ ସ୍ତରରେ ଆନ୍ଦୋଳନ ଏବଂ ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରେ ,ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି।ସହିଦ ମାନଙ୍କର ଗ୍ରାମରେ ଫଳକ ଲଗାଇବା ସହ ବ୍ୟାପକ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି।ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଗ୍ରାମରେ ଅମୃତ କଳସ ରେ ମାଟି ସଂଗ୍ରହ କରି ଦେଶର ରାଜଧାନୀ କୁ ପଠାଇବା ଭଳି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ସମସ୍ତ କାର୍ଯ୍ୟକର୍ତା ପ୍ରବାସ କରିବା ସହ ପ୍ରତି ମାସରେ ଏହି କମିଟି ବୈଠକ କରାଯିବା ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *