ରାଜ୍ୟ

ପିଏମ ବିଶ୍ୱକର୍ମା ଯୋଜନା ପାଇଁ ମୋଦି ଓ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଲେ କାଳନ୍ଦି ସାମଲ

ତାଳଚେର:ତା ୧୭/୦୮: କେନ୍ଦ୍ର ମୋଦି ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ତଥା କୌଳିକ ବୃତ୍ତି ଧାରୀ ଙ୍କ ପାଇଁ ପିଏମ ବିଶ୍ୱକର୍ମା ଯୋଜନା ପ୍ରସ୍ତୁତ କରିଛନ୍ତି।୭୭ ତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ର ଘୋଷଣା କରିବାର ଗୋଟିଏ ଦିନ ପରେ ବୁଧବାର ଏହାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ଏବଂ ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।ଦେଶରେ ୩୦ ଲକ୍ଷ ପାରମ୍ପରିକ କାରିଗର ଏଥିରେ ଉପକୃତ ହେବେ। ୫ ପ୍ରତିଶତ ସୁଧରେ ଲକ୍ଷେ ଦୁଇଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳି ପାରିବ ଫଳରେ ସେମାନଙ୍କ ର ରୋଜଗାର ବୃଦ୍ଧି ହୋଇ ପାରିବ, ସେମାନଙ୍କୁ ମଧ୍ୟ ଭାରତ ସରକାର ଦକ୍ଷତା ବୃଦ୍ଧି ସହ ରୋଜଗାର ବୃଦ୍ଧି ପାଇଁ ମାସିକ ଭତ୍ତା ଦେବାସହ ଟ୍ରେନିଂ ର ବ୍ୟବସ୍ଥା କରିଛନ୍ତି।ଏହାକୁ ନେଇ ଏନ ଏସ ଆଇ ସି ଡ଼ାଇରେକ୍ଟର କାଳନ୍ଦି ସାମଲ ଖୁସି ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave a Reply

Your email address will not be published. Required fields are marked *