ରାଜ୍ୟ

ନଳକୂଅରୁ ଗଳିଆପାଣି :- ଜଣାଇଲା ପରେ ବି ପ୍ରଶାସନ ଚୁପ

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧଣ୍ଡାରା ପଞ୍ଚାୟତ ର ନରସିଂହଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ରୁ ପିଇବା ପାଣି ସମସ୍ୟା ଦେଖା ଦେଇଛି ।ବିଦ୍ୟାଳୟ ମାନଙ୍କରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ତାହା ଛାତ୍ରଛାତ୍ରୀ ମାନେ କେତେକ ସ୍ଥାନରେ ଉପକୃତ ହୋଇ ପାରନ୍ତି ନାହିଁ । ଏହି ବିଦ୍ୟାଳୟରେ ଚଳିତ ବର୍ଷ ୨୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏବଂ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ହେଉଛି । ବିଦ୍ୟାଳୟ ପରିସର ମଧ୍ୟରେ ଗୋଟିଏ ନଳକୂପ ଦୀର୍ଘ ବର୍ଷ ତଳୁ ଖୋଲା ଯାଇଥିବା ବେଳେ ଏବେ ସେଠାରୁ ଗୋଳିଆ ଦୁର୍ଗନ୍ଧମୟ ପାଣି ବାହାରୁଥିବାରୁ ପିଇବା ଏବଂ ରୋଷେଇ କରିବା ଯୋଗ୍ୟ ନାହିଁ । ୨୦୦ ପିଲା ଙ୍କ ରୋଷେଇ ପାଇଁ ବହୁ ପରିମାଣ ର ପାଣି ଆବଶ୍ୟକ ହେଉଥିବା ରୁ ବିଦ୍ୟାଳୟ ପରିସର ବାହାରୁ ପାଣି ଆଣିବା କଷ୍ଟସାଧ୍ୟ ହେଉଥିବାର ପ୍ରକାଶ କରିଛନ୍ତି ରୋଷେୟା ମାନେ । ସେହିପରି ପିଇବା ପାଇଁ ସବୁ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏ ନେଇ ୨୦୨୨ ମସିହା ଏପ୍ରିଲ ମାସ ରେ ଗ୍ରାମବାସୀ ଏବଂ ବିଦ୍ୟାଳୟ କମିଟି ତରଫରୁ ଏକ ଲିଖିତ ଅଭିଯୋଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦିଆଯାଇଥିଲା । ପ୍ରତିଶୃତି ମିଳିଥିଲା ସମସ୍ୟା ର ସମାଧାନ କରିବା ପାଇଁ କିନ୍ତୁ ଫଳ ଶୁନ । ବେଳେବେଳେ କିଛି ପିଲା ସେହି ନଳକୁଅ ରୁ ପାଣି ପିଇଦେଉଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।ସମସ୍ୟା ବିଷୟରେ ପ୍ରଶାସନ କୁ ଜଣେଇବା ବ୍ୟତୀତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ଅନ୍ୟ କୌଣସି ଉପାୟ ନଥିବା କଥା ପ୍ରକାଶ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଳିରାମ ଭତରା । ଏ ବିଷୟରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଙ୍କୁ ପଚାରିବାରୁ ସେ ଆର.ଡବ୍ଲୁ.ଏସ.ଏସ ଜେଇ ଙ୍କୁ ସେହି ବିଦ୍ୟାଳୟ କୁ ପଠେଇ ସମସ୍ୟା ର ସମାଧାନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *