ରାଜ୍ୟ

ବିଧାୟିକା ସୀମାରାଣୀ ଙ୍କ ଦ୍ଵାରା ଭତା ବଣ୍ଟନ

ହିନ୍ଦୋଳ :-ରିପୋର୍ଟ ନିମାଇଁ ଚରଣ ସାମଲ :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ଆଜି ଭତା ବଣ୍ଟନ କରାଯାଇଛି!ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଅନୁଯାଇ ମଧୁବାବୁ ପେନସନ ଯୋଜନା ରେ ଆଜି ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଭତା ବଣ୍ଟନ କରିଛନ୍ତି!ଏଥିରେ ହିନ୍ଦୋଳ ର ଗୋଷ୍ଟୀଉନୟନ ଅଧିକାରୀ ଶିବ ଶଙ୍କର ମିଶ୍ର ଉପସ୍ଥିତ ଥିବା ବେଳେ ବ୍ଲକ ଉପାଧ୍ୟାକ୍ଷ ବରୁଣ ସର ଓ଼ ବ୍ଲକ ଭତା ସେକ୍ସନ ର ମୁଖ୍ୟ ଇତ୍ୟାଦି ଉପସ୍ଥିତ ଥିଲେ!ହିନ୍ଦୋଳ ର 35ଟି ପଞ୍ଚାୟତ ର କୋଣ ଅନୁକୋଣ ରୁ ଅନେକ ବୃଦ୍ଧା, ବୃଦ୍ଧ, ବିକଳାଙ୍ଗ, ବିଧବା ଇତ୍ୟାଦି ଉପସ୍ଥିତ ଥିଲେ!ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ଅନୁଯାଇ ଆଜି ହିନ୍ଦୋଳ ବ୍ଲକ ରେ 2424ଜଣ ଙ୍କୁ ଭତା ପ୍ରଦାନ କରାଗଲା!ଏଥିରେ ବୃଦ୍ଧ, ବୃଦ୍ଧା, ବିଧବା, ବିକଳାଙ୍ଗ ମାନଙ୍କୁ ଭତା ପ୍ରଦାନ କରାଗଲା!ହିନ୍ଦୋଳ ବ୍ଲକ ରେ ବିଧାୟିକା ଭତା ଦେଲା ପରେ ପ୍ରତି ପଞ୍ଚାୟତ ରେ ବିଧାୟିକା ଭତା ପ୍ରଦାନ କରିଥିଲେ!ବିଧାୟିକା କହିବା କଥା ଲୋକମାନେ କିପରି ସୁରୁଖୁରୁ ରେ ସୁବିଧା ରେ ଭତା ପାଇବେ ତାଙ୍କୁ କିଛି ଅସୁବିଧା ନ ହେବ ସେଥିପାଇଁ ସେହି ବିଭାଗ ର ଅଫିସର ସଜାଗ ରହିବେ ବୋଲି ମନ୍ତବ୍ୟ ଦେଇଥିଲେ!ପ୍ରତ୍ୟକ ଲୋକ ପାଖରେ କିପରି ଭତା ଠିକ ରେ ପହଂଚିବ ସେହି ବାବଦରେ ମନ୍ତବ୍ୟ ଦେଇଥିଲେ!ବିଧାୟିକା ସୀମାରାଣୀ ନାୟକ ପ୍ରତି ମୁହୂର୍ତ୍ତ ରେ ଜନକଲ୍ୟାଣ କାର୍ଯକ୍ରମ କରିଆସୁଛନ୍ତି ଓ଼ ପ୍ରତି ଲୋକମାନଙ୍କ ସୁଖ ଦୁଃଖ ରେ ପହଂଚି ସମସ୍ତ ଙ୍କୁ ସାହାଯ୍ୟ କରିଆସୁଛନ୍ତି!ଏଣୁ ହିନ୍ଦୋଳ ବିଧାୟିକା ଙ୍କ ମହାନତା ଲୋକ ଲୋଚନ ରେ ପ୍ରତିଫଳିତ ହେଉଅଛି!

Leave a Reply

Your email address will not be published. Required fields are marked *