ପୋଲିସ୍ କୁ ଦାଦାଗିରି ଦେଖାଇବା ମହଙ୍ଗା ପଡ଼ିଲା, ଯଖପୁରା ସରପଞ୍ଚ ଙ୍କ ସମେତ ତିନିଜଣଙ୍କୁ ଗିରଫ କଲା ପୁରୀ ପୁଲିସ l
ଯାଜପୁର (କଳିଙ୍ଗନଗର ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) ଙ୍କ ସମେତ ତିନିଜଣଙ୍କୁ ଭୁବନେଶ୍ଵର ରୁ ଗିରଫ କରିଛି ପୁରୀ ଜିଲ୍ଲା ତାଳବଣିଆ ପୁଲିସ୍ l ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ଜୈନିକ ପୁଲିସ କର୍ମଚାରୀଙ୍କୁ ମାଣତିରା ଗ୍ରାମର ରଞ୍ଜନ ଘଡାଇ ଙ୍କ ବ୍ରିଜା କାର ସାଇଡ ମାରିଥିଲା l ଯାହାକୁ ନେଇ ପୁଲିସ କର୍ମଚାରୀ ଙ୍କ ସହ OD02CC 1996 କାର ରେ ଥିବା ଚାରିଜଣ ଯୁବକ ଧସ୍ତାଧସ୍ତି କରିବା ସହିତ ତାଙ୍କ ବେକରେ ବନ୍ଧୁକ ଲଗାଇ ଦୁଇ ଭରି ର ସୁନା ଚେନ୍ କୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା l ପୁଲିସ କର୍ମଚାରୀ ବଳରାମ ମଲ୍ଲିକ ଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ୧୬/୨୩ ରଜ୍ଜୁ କରାଯାଇ ଧାରା ୩୯୪ ଆଇ ପି ସି ,୨୫/୨୭ ଆର୍ମସ ଆକ୍ଟ ଆଧାରରେ ତାଳବଣିଆ ପୁଲିସ ଯଖପୁରା ଗ୍ରାମପଞ୍ଚାୟତର ବିଜେଡି ସମର୍ଥିକ ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) , ରଞ୍ଜନ ଘଡାଇ ଏବଂ ଯଖପୁରା ଗ୍ରାମର ଲକି ସାମଲ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ଥାଉ କି କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଠାରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ପାଚେରୀ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥା ମମିତା ଏଣ୍ଟରପ୍ରାଇଜେସ ର ମାଲିକ ପ୍ରସନଜିତ ନାୟକ ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସରପଞ୍ଚ ଙ୍କ ବିରୋଧରେ ଯଖପୁରା ଥାନା ରେ ଅଭିଯୋଗ ହୋଇଥିଲା l ସେହିଦିନଠାରୁ ଅରୁଣ ଜ୍ୟୋତି ସାମଲ (ରାଜା) ଯଖପୁରା ପୋଲିସ୍ କୁ ଚକମା ଦେଖାଇ ଫେରାର୍ ଥିଲା l ତାଙ୍କୁ ଗିରଫ କରିବା ପାଇଁ ଠିକା ସଂସ୍ଥା ମାଲିକ ଙ୍କ ପରିବାର ଏବଂ ତାଙ୍କର କିଛି ସମର୍ଥକ ଙ୍କ ପକ୍ଷରୁ ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) ଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି ହେଇ ଆସୁଥିଲା l ଏହି ମାମଲାରେ ଦୁଇ ଦୁଇ ଥର ଶତାଧିକ ମହିଳା ଥାନା ଘେରାଉ କରିଥିଲେ l (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)