ସେମିଳିଗୁଡା କୃଷକ ବଜାର ପରିଦର୍ଶନ କରିଲେ ମନ୍ତ୍ରୀ
*କ୍ରୋଧ ପ୍ରକାଶ କରିଥିଲେ ମନ୍ତ୍ରୀ*
ସେମିଳିଗୁଡା: କୋରାପୁଟ ଜିଲ୍ଲା ରେ ଗସ୍ତ କରିଥିବା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ବୁଧବାର ଦିନ ସେମିଳିଗୁଡା ସହର ରେ ଆର୍ ଏମ ସି ଦ୍ଵାରା ପରଚାଳିତ କୃଷକ ବଜାର ପରିଦର୍ଶନ କରିଥିଲା।ମନ୍ତ୍ରୀ ରଣେନ୍ଦ୍ର ଙ୍କୁ ବିଜୁ ଜନତା ଦଳର ଯୁବ ନେତା ଭାରତ ମଲ୍ଲିକ,ନେତା ବିଜୟ ପଣ୍ଡା,ଯୁବ ନେତା ପ୍ରକାଶ ବେନିଆ, କୁନ୍ଦିଲି ଲମ୍ପାସ ସଭାପତି ସମା ହନ୍ତାଲ, ବି ଜେ ଡି ର ରଘୁ ଦୁରିଆ, ଆଦିତ୍ୟ ହନ୍ତାଲ,ସୁକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ସ୍ଵାଗତ କରିଥିଲେ।ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କୃଷକ ବଜାର ଅଞ୍ଚଳ ରେ ପରିଦର୍ଶନ କରି ସେଥି ସ୍ଥିତି ଦେଖି କ୍ରୋଧ ପ୍ରକାଶ କରିଥିଲେ। କହଂକି କୃଷକ ବଜାର ଏହି ଅବସ୍ଥା ରେ ପୋଡ଼ି ନଷ୍ଟ ହେଉଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି।କୃଷକ ବଜାର ଅଚଳ ଅବସ୍ଥା ବିଷୟ କୁ ନେଇ ଉପ ଜିଲ୍ଲାପାଲ ବେଣୁଧାର ଶବର ନୁ ପ୍ରଶ୍ନ କରି ଥିଲେ।କିନ୍ତୁ ସେ ନୂଆ ରେ ଯୋଗୋଡନ କରିଥିବାରୁ କିଛି ଜାଣି ନା ଥିବା ଉପ ଜିଲ୍ଲାପାଳ ଉତ୍ତର ରକିଥିଲେ।କିନ୍ତୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରି ସରକାର ଙ୍କ ଅର୍ଥ କୁ ଠିକ୍ ଭାବରେ ବିନିଯୋଗ କରିବା ପାଇଁ କହି ତୁରନ୍ତ କୃଷକ ବଜାର କାମ ଶେଷ କରି କାର୍ଯରୂପ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ ଆଦେଶ ଦେଇଥିଲେ।
କୋରାପୁଟ ସେମିଳିଗୁଡା ସହର ଉନ୍ନତ ମୂଳକ ସହର ଭାବେ ପରିଣତ ହେଉଛି। ଉକ୍ତ ସହରରେ ଡେଲି ମାର୍କେଟ ନଥିବାରୁ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵ ରେ ଦୋକାନ ଗୁଡ଼ିକ ବସାଇ ଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ସହରରେ ଟ୍ରାଫିକ ସମସ୍ୟା ସମାଧାନ ନିମନ୍ତେ ରାସ୍ତା କଡ଼ ରେ ଥିବା ଦୋକାନ କୁ ଆର୍ ଏମ ସି ମାର୍କେଟ ଭିତରକୁ ସ୍ଥାନାନ୍ତର କରିବା ପାଇଁ ପାଇଁ ସ୍ଥାନୀୟ ଲୋକ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ। ଡେଲି ମାର୍କେଟ କରିବା ପାଇଁ ଲୋକ ଦାବି କରିଥିଲେ। ସହର ର ମୁଖ୍ୟ ସଡକ ପାଖରେ ଥିବା ଆର୍ ଏମ ସି ର କୃଷକ ବଜାଇ ନିର୍ମାଣ କାର୍ଯ୍ୟ ୯୦% ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବଳକା କାମ ଶେଷ ହାଇନି ବୋଲି ଲୋକ ଅଭିଯୋଗ କରିଲେ।କିଛି ଦୋକାନଗୁଡ଼ିକ ନଷ୍ଟ ହୋଇଯାଇ, ଆ ପରିଷ୍କାର ପରିବେଶ ସୃଷ୍ଟି ହେବ ସହ ସରକାରୀ ଅର୍ଥ ଆତ୍ମସାତ କରିଚିନ୍ତି ବୋଲି ଅଭିଯୋଗ କରିଥିଲେ।ଦୋକାନଗୁଡ଼ିକ ଛୋଟ ଛୋଟ ବ୍ୟବସାୟୀ ଙ୍କୁ ମଞ୍ଜୁରୀ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ ସାମନାରେ ରେ ଲୋକ ଦାବି କରିଥିଲେ । କୃଷକ ବଜାର କୁ ପରିଦର୍ଶନ କରି ସ୍ଥିତି ଅନୁସନ୍ଧାନ କରିଲା ପରେ କୃଷକ ବଜାର ବୋଲ ରେ ଉନ୍ନତି କରିବା ସହ ଡେଲି ମାର୍କେଟ କରିବା ଡିଗରେ ଚେଷ୍ଟା କରିବେ ବୋଲି ମନ୍ତ୍ରୀ ସ୍ୱାଇଁ ପ୍ରତିଶ୍ରୁତି ଦେଇଥିଲା। ପରେ ମନ୍ତ୍ରୀ ସେମିଳିଗୁଡା ବ୍ଲକ୍ ର ରେଙ୍ଗା , କୁନ୍ଦି ଲି ଅଂଚକ ରେ ପରିଦର୍ଶନ କରି ସେହି ସ୍ଥାନରେ କୃଷି ଉପରେ ସରକାରଙ୍କ ପକ୍ଷରୁ ସୁବିଧା କେମିତି ମିଳୁଛି ତାହାଉପରେ ଚାଷୀ ମାନଙ୍କ ପଚରି ବୁଜି ଥିଲେ।କିଛି ଚାଷୀ ସହ ମଧ୍ୟ ଆଲୋଚନା କରିଥିଲେ।