ଦାନଗଦି ବ୍ଲକ ରେ ମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ l
କଳିଙ୍ଗନଗର :- ରାଜ୍ଯ ସରକାର ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଜନା ରେ ବୃଦ୍ଧ, ବୃଦ୍ଧା ଓ ବିକଳାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରିବାକୁ ଭତ୍ତା ପ୍ରଦାନ କରାଯାଉଛି l ଏହି ଅବସରରେ ଦାନଗଦି ବ୍ଲକ ଅନ୍ତର୍ଗତ ମାନତୀରା ପଞ୍ଚାୟତ ରେ ମାନ୍ୟବର ମନ୍ତ୍ରୀ ବିଜ୍ଞାନ, କାରିଗରୀ, ସାମାଜିକ ସୁରକ୍ଷା ଓ ବିକଳାଙ୍ଗ ବିକାଶ ଶ୍ରୀଯୁକ୍ତ ଅଶୋକ ପଣ୍ଡା ଓ ଦକ୍ଷତା ବିକାଶ ଓ ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ I ଏହାପରେ ଏକ ଶୋଭାଯାତ୍ରା ରେ ବାହାରି ଦାନଗଦି ପଞ୍ଚାୟତ ସମିତି ଠାରେ ପହଞ୍ଚି ଏକ ବିରାଟ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ l ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ପଞ୍ଚାୟତରୁ ଆସିଥିବା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଦାନଗଦି ବ୍ଲକ ରେ ମୋଟ ୭୧୮ ଜଣଙ୍କୁ ଏହି ଭତ୍ତା ପ୍ରଦାନ କରାଯାଇଛି l ବାତିଲ ପଡିଥିବା ଅନ୍ୟ ସମସ୍ତ ହିତାଧିକାରୀ ମାନଙ୍କୁ ତିନି ଦିନ ମଧ୍ୟରେ ପୁନ ଦରଖାସ୍ତ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଦାନଗଦି ବ୍ଳକ ବିଡିଓ ସାରଦା ପ୍ରସାଦ ପଣ୍ଡାଙ୍କ ସମେତ ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷା, ବିଧାୟକ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି ଏବଂ ବିଜେଡ଼ି ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l ସଭାକୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l (ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)