କୃଷି ସେବା ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର- ଆଜି ନବରଙ୍ଗପୁର କୃଷିସେବା ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଆସନ୍ତା 30 ତାରିଖରୁ ସଂଘର ସମସ୍ତ ସଦସ୍ୟ ସାମୁହିକ ଛୁଟିରେ ଯିବେ ବୋଲି ଉଲ୍ଲେଖ କରିଛନ୍ତି ।ପୂର୍ବରୁ ସଂଘ ଗତ ୮ ତାରିଖରେ ସରକାରଙ୍କୁ ଏକ ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲା ।କିନ୍ତୁ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୧୫ ସୁଦ୍ଧା କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ।ମାତ୍ର ୧୫ ତାରିଖ ପରେ ବି କିଛି ସୁଫଳ ନ ମିଳିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାର କୃଷିସେବା ସଂଘ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ ।ସଂଘ କର୍ମକର୍ତା ଙ୍କ ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଅନେକ ପଦବୀ ଖାଲି ପଡ଼ିଛି ।କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବ ସହ ସମୟାନୁସାରେ ପଦନ୍ନତି ବି ଦିଆଯାଉନି ।ରାଜ୍ୟ କୃଷି ବିଭାଗରେ ଯୋଜନା ପରେ ଯୋଜନା ଅନ୍ତର୍ଭୁକ୍ତ କରାଯାଉଛି ।ଫଳରେ କୃଷି ଅଧିକାରୀ ଙ୍କ ଦାୟିତ୍ୱ ବଢିଛି ।ହେଲେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୁରଣ କରୁ ନାହାନ୍ତି । ଓଡିଶା କୃଷି ସେବା ସଂଘ ୨ ବର୍ଷ ଧରି ଓଡିଶା କୃଷି ସେବା କ୍ୟାଡରର ପୁନରବ୍ୟାନସ ପାଇଁ ଦାବି ପୂରଣ ହୋଇ ପାରୁନି ।ଏତେ ପରେ ବି ସରକାର କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି ।ସରକାର ଙ୍କ ଠାରୁ ତୁରନ୍ତ ନ୍ୟାୟଚିତ ପଦକ୍ଷେପ ନ ମିଳିଲେ ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରାଯିବ ବୋଲି ସଂଘ ପ୍ରକାଶ କରିଛି । ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ବେଳେ ନବରଙ୍ଗପୁର କୃଷି ସେବା ସଂଘର ସଭାପତି ଜି ଭେଙ୍କେଟ ରେଡି ,ସମ୍ପାଦକ ସୌମ୍ୟ ରଞ୍ଜନ ପାତ୍ର, କୋଷାଧକ୍ଷ ଅମିତ କୁମାର ମଲ୍ଲିକ ଓ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।