ରାଜ୍ୟ

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ବାଲିଅନ୍ତା ବ୍ଲକର ବହୁ ଦଳିତ ଗରିବ ପରିବାର ।

ବାଲିଅନ୍ତା – ରାଜଧାନୀ ଭୁବନେଶ୍ବର ଉପକଣ୍ଠସ୍ଥ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନରେ ଥିବା ୧୬ଟି ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ମହା ଦୁର୍ନୀତି ହୋଇଛି । ଘର ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବାଲିଅନ୍ତା ବ୍ଲକର ସମସ୍ଥ ପଞ୍ଚାୟତରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିନ୍ନଟ କରି ଘର ଦିଆଯିବା ନେଇ ୩ବର୍ଷ ହେବ ଏହି ପ୍ରୟାସ କରାଯାଉଥିଲା । ବାଲିଅନ୍ତା ବ୍ଲକ କର୍ମଚାରୀ ଯୋଗ୍ୟ ହିତାଧିକାରୀଙ୍କୁ ଚିନଟ କରିବା ନେଇ ବିଭିନ୍ନ ସମୟରେ ଯାଇ ଯୋଗ୍ୟ ହିତାଧିକାରୀଙ୍କ ବାସ ଗୃହପାଖରେ ଜିଓ ଟ୍ୟାକ୍ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । କିନ୍ତୁ ୨୫ ତାରିଖ ରବିବାର ଦିନ ପଡ଼ିଥିଲେ ବି ବାଲିଅନ୍ତା ବ୍ଲକ କର୍ମଚାରୀ ଯୋଗ୍ୟ ହିତାଧିକାରୀଙ୍କ ବାସ ଗୃହ ନିକଟକୁ ନଯାଇ ରିପୋଟ ପ୍ରଦାନ କରିଥିଲେ । ଯାହା ଫଳରେ ବାଲିଅନ୍ତା ବ୍ଲକର୧୬ଟି ଗ୍ରାମପଞ୍ଚାୟତର୍ ବହୁ ଦଳିତ ପରିବାର ବାଦ ପଡିଛନ୍ତି । ଯେଉଁମାନଙ୍କର କି ରହିବା ପାଇଁ ଘର ଖଣ୍ଡିଏ ନାହିଁ । କିଏ ଜରି ପାଲ ତଳେ ନିଜ ପିଲା ଛୁଆଙ୍କୁ ନେଇ ଜୀବନ କାଟୁଛିତ ଆଉ କିଏ ଭଙ୍ଗା ଚାଳ ଘରେ ଜୀବନ ଅତିବାହିତ କରୁଛନ୍ତି । ଏମିତି କି
ସ୍ତ୍ରୀ ମସ୍ତିଷ୍କ ରୋଗରେ ପାଗଳ, ପୁଅ ପକ୍ଷାଘାତ ରୋଗୀ, ନିଜେ କିଡିନୀ ରୋଗୀ, ଭିଙ୍ଗାରପୁର ପଞ୍ଚାୟତ ଅନ୍ତର୍ଗତ ଗୁଆବାରିସାହିର ଏପରି ଏକ ଅସହାୟ ବ୍ୟକ୍ତି ଧରଣୀଧର ବେହେରାଙ୍କ ପରିବାରର ସମସ୍ତେ ରୋଗାଗ୍ରସ୍ତ ଘରର ସମସ୍ତେ ରୋଗରେ ଆକ୍ରାନ୍ତ ଚିକିତ୍ସା କରାଇବା ପାଇଁ ଅର୍ଥ ପାଖରେ ନାହିଁ । ଉକ୍ତ ପରିବାର ଜୟଦେବ ବିଧାୟକ ଡକ୍ଟର ଅରବିନ୍ଦ ଢାଲୀଙ୍କ ମାଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କୁ ଘର ଦେବା ପାଇଁ ସହମତି ପ୍ରକାଶ କରିଥିଲେ ଯାହା ଫଳରେ ତାଙ୍କ ନାମ ଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ଥିଲା । କିନ୍ତୁ ଏହାକୁ ବାଲିଅନ୍ତା ବ୍ଲକ କର୍ମଚାରୀ ତଦାରଖନ କରି ତାଙ୍କ ନାମ ତାଲିକାରୁ ବାଦ ଦେଇଛନ୍ତି । ଠିକ ସେହି ପରି
ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତରେ ଏହାର ବିପରୀତ ନୀତି ଦେଖିବାକୁ ମିଳିଛି । ସୂଚନା ମୁତାବକ ଗ୍ରାମ ପଞ୍ଚାୟତ ଲିଷ୍ଟରେ 13ଜଣଙ୍କର ନାମ ଥିଲା ଯେଉଁମାନେକି ପାଇବା ପାଇଁ ଯୋଗ୍ୟ ହେଲେ । ଚଞ୍ଚକତା କରି ସେଥିରୁ 8ଜଣଙ୍କର ନାମ କାଟି ଦେଇଛନ୍ତି । ଯେଉଁମାନେ କି ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଅଟନ୍ତି । କିଏ ଜରି ପାଲତଳେ ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ନେଇ ଜୀବନ କାଟୁଛିତ ଆଉ କିଏ ସ୍ୱାମୀ ଛାଡିଦେଲା ପରେ ଅନ୍ୟ ଘରେ ମୂଲ ଲାଗି ନିଜ ଜୀବନ କାଟୁଛନ୍ତି । ଯୋଗ୍ୟ ହିତାଧିକାରୀଙ୍କ ଘର ଦେଖିବାକୁ ଯାଇଥିବା ଭିଓଡବ୍ଲୁ ଘର ପାଖକୁ ନଯାଇ ସେମାନଙ୍କ ଘର ନଦେଖି ନ ପଚାରି ନାମ କାଟିଦେଇଥିବା ନେଇ ଅଭିଯୋଗ ହୋଇଛି । ରାଇଗୁରୁ ବାସୁଦେଇ ପୁର ଗ୍ରାମର ଦୁଃଶାସନ ଭୋଇ ଓ ଗାୟତ୍ରୀ ଭୋଇ ନିଜ ଛୋଟ ଝିଅକୁ ନେଇ ଜରି ପାଲତରେ ଜୀବନ କାଟୁଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କି କେନ୍ଦ୍ର ସରକାରଙ୍କର ପକ୍ଷରୁ ଦିଆଯାଉଥିବା ଘର ପାଇନାହାନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ନାମ ଥିଲା । ସେ ପାଇବା ପାଇଁ ଯୋଗ୍ୟ ଆଗରୁ ବହୁ ବାର ବ୍ଲକ କର୍ମଚାରୀ ଓ ଗ୍ରାମ ପଞ୍ଚାୟତ କର୍ମଚାରୀ ଦାତାରଖ କରିବା ସହ ଜିଓ ଟ୍ୟାଗ କରି ତାଙ୍କୁ ଯୋଗ୍ୟ ହିତାଧିକାରୀ ଘୋଷଣା କରିଥିଲେ କିନ୍ତୁ ଭିଓଡବ୍ଲୁ ତାଙ୍କ ଘର କାଟିଥିବା ସେ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା ଅନୁସାରେ ସେ ଘରେ ଥିବା ସମୟରେ ଭିଓଡବ୍ଲୁ ଯାଇଥିଲେ କିନ୍ତୁ ତାଙ୍କୁ ନପଚାରି ସେଠାରୁ ଫେରି ଆସିଥିଲେ । ପରେ ତାଙ୍କ ନାମ କଟାଯାଇଥିବା ସେ ପ୍ରକାଶ କରିଛନ୍ତି । ସେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ସେ ଏନେଇ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଭିଓଡବ୍ଲୁ ଙ୍କୁ ପଚାରିଥିଲେ ମୋର ଗାଡି ନାହିଁ ଫ୍ରିଜ ବି ନାହିଁ କିନ୍ତୁ କାଟିଲ କାହିଁକି । ଭିଓଡବ୍ଲୁ ଉତ୍ତର ରେ କହିଲେ କି ତାଙ୍କୁ ବାଲିଅନ୍ତା ବିଡ଼ିଓ ଯାହା କହିଲେ ସେ ସେୟାହିଁ କଲେ । ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପଡିବାରୁ କାନ୍ଦି କାନ୍ଦି ଘରକୁ ଫେରିବା ସହ ବାଲିଅନ୍ତା ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକଙ୍କୁ ଭେଟି ଅଭିଯୋଗ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ବାଲିଅନ୍ତା ବ୍ଲକ ପକ୍ଷରୁ କୌଣସି ଅଧିକାରୀ କି ନିଜେ ବିଡ଼ିଓ ଯୋଗ୍ୟ ହିତାଧିକାରୀଙ୍କ ଅଭିଯୋଗ କୁ ଭିତ୍ତିକରି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି । ଯାହା ଫଳରେ ଯୋଗ୍ୟ ହିତାଧିକାରୀଙ୍କ ଭିତରେ ଏବେ ଅଶନ୍ତୋଷ ଦେଖା ଦେଇଛି । ଯଦି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ନମିଳେ ସେ ଆତ୍ମହତ୍ୟା କରିବା ନେଇ ମତ ପ୍ରକାଶ କରିଛନ୍ତି । ଏମିତି ଅନେକ ଦଳିତ ପରିବାର ଯିଏକି ଘର ପାଇବା ପାଇଁ ଯୋଗ୍ୟ ତାଙ୍କ ନାମ କଟା ଯାଇଛି । ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି ? ଯଦି ଘର କଟା ଯାଇଛି ତେବେ ଅଭିଯୋଗ ପରେ ବି ବାଲିଅନ୍ତା ବିଡ଼ିଓ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁନାହାନ୍ତି କାହିଁକି ?

Leave a Reply

Your email address will not be published. Required fields are marked *