କଂଗ୍ରେସ ଡ଼ାକରାରେ ବରୀବ୍ଲକ ଘେରାଉ।
ରତ୍ନଗିରି,ବରୀ ତା ୧୮/୮ ( ପର୍ଯ୍ୟବେକ୍ଷକ ) ରାଜ୍ୟ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡ଼ାକରାରେ ବରୀ ବ୍ଲକ କଂଗ୍ରେସ ସଭାପତି ମନୋଜ ଦାସଙ୍କ ନେତୃତ୍ୱରେ ଆଜି ବରୀ କଂଗ୍ରସର ଶତାଧିକ ଦଳୀୟ କର୍ମୀ ବରୀବ୍ଲକ ଘେରାଉ କରି ୯ ଦଫା ଦାବି ପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବରୀ ବିଡ଼ିଓ ନମିତା ବାରିକଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ରାଜ୍ୟ ବିଜେଡି ସରକାରଙ୍କ ବିଭିନ୍ନ ଜନମାରଣ ନୀତିକୁ ବରୀ କଂଗ୍ରେସ ତରଫରୁ ଦୃଢ଼ ବିରୋଧ କରାଯାଇ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା । ଏପରିକି ବ୍ଲକରେ ୧୫ ରୁ ୫୦% ପିସି ବନ୍ଦ କରି ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦିଆ ଯାଉଥିବା ୫୦ ଲକ୍ଷ ଅର୍ଥକୁ ଗ୍ରାମସଭାରେ ପାସ କରାଇ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା । ରାଜ୍ୟରେ ଖାଲି ପଡିଥିବା ୨ ଲକ୍ଷ ୨୬ ହଜାର ୫୫୯ ଖାଲି ପଦପଦବୀରେ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା । ପେଟ୍ରୋଲ, ଡିଜେଲ, ଗ୍ୟାସ, କିରୋସିନୀ, ତେଲ ଓ ଲୁଣର ଦରଦାମ କମାଇବା। କୃଷିଜାତ ପଦାର୍ଥର ଅଭାବୀ ବିକ୍ରୀ ବନ୍ଦ କରି ଶୀତଳ ଭଣ୍ଡାର ସ୍ଥାପନ କରିବା । ଲୋଭୋଲ୍ଟେଜ, ପାୱାର କଟ ଓ ବିଦ୍ୟୁତ ବିଲ ହ୍ରାସକରି ଖାଉଟିଙ୍କୁ ସୁରକ୍ଷା ଦେବା । ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ଅଧିକାର କ୍ଷୁର୍ଣ୍ଣ ନକରିବା । ନାରୀ ନିର୍ଯ୍ୟାତନା ବନ୍ଦ କରି ସେମାନଙ୍କ ସୁରକ୍ଷା କଡାକଡି କରିବା ସହ ଆର୍ଥିକ ସ୍ଥିତି ସୁଧାରିବା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ ନରିବା ଆଦିରେ ୯ ଗୋଟି ଦାବୀ ନେଇ ବରୀ କଂଗ୍ରେସ ବ୍ଲକ ଘେରାଉ କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ କଂଗ୍ରେସ ସଭାପତି ମନୋଜ ଦାସଙ୍କ ସହ ଛାତ୍ର କଂଗ୍ରେସ ସଭାପତି ଅପୂର୍ବ ପରିଡା, ଯୁବନେତା ଅମରେଶ ପରିଡା, ଆରତୀ ଦେଓ, ଦେବେନ୍ଦ୍ର ପ୍ରଧାନ, ନନ୍ଦ କିଶୋର ସେନାପତି, ରବି ଦଳାଇ, ସୁବାଷ ସେଠୀ, ବିଜୟ ଜେନା, ପ୍ରତାପ ସାହୁ, ସମନ ସହାଣୀ, ଶରତ ଚନ୍ଦ୍ର ଜେନା, ମାନସ ପରିଡା, ପରେଶ କର, ମାଗୁଣି ପ୍ରଧାନ ଓ ମାନସ ରଞ୍ଜନ ସାହୁ ପ୍ରମୁଖ ଭୂମିକା ନେଇଥିଲେ । ରିପୋର୍ଟ ସଂଯତ କୁମାର ମହାନ୍ତି, ରତ୍ନଗିରି,ବରୀ ପ୍ରତିନିଧି ।