ରାଜ୍ୟ

କଂଗ୍ରେସ ପକ୍ଷରୁ ଅନୁଗୋଳ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ। 

ଅନୁଗୁଳ

ଆଜି ପୂର୍ବାହ୍ନରେ ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଆଡଭୋକେଟ ଅମୂଲ୍ୟ କୁମାର ବେହେରାଙ୍କ ନେତୃତ୍ୱରେ ଅନୁଗୁଳ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଅନୁଗୋଳ ବ୍ଲକକୁ ଘେରାଉ କରି ରଖିଥିଲେ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୈତିକ କାର୍ଯ୍ୟ ସମ୍ବନ୍ଧରେ ବିଭିନ୍ନ ସ୍ଳୋଗାନ ମାନ ଦେଇଥିଲେ। ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଓଡିଶା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ଘୋର ବିରୋଧ କରିବା ସହ ବ୍ଲକରେ ଚାଲିଥିବା ପିସି କାରବାର, ଅହେତୁକ ଦରବୃଦ୍ଧି, ବେ-ରୋଜଗାରୀ, ବିଜୁଳି କାଟ, ଟାଟା ପାୱାରର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ, ଏବଂ ନାରୀ ନିର୍ଯ୍ୟାତନା ବିଷୟରେ ଆଲୋକପାତ କରି ରାଜ୍ୟରେ ବିଜେଡି ତଥା କେନ୍ଦ୍ରରେ ବିଜେପି ସରକାର ବିରୁଦ୍ଧରେ ବିଷୋଦଗାର କରିଥିଲେ। ଏ ନେଇ ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟକୁ ଉପସ୍ଥିତ ନେତୃତ୍ୱ ଘେରାଉ କରି ରଖିଥିଲେ। ଶେଷରେ ଅନୁଗୁଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶତାଧିକ ଛାତ୍ର, ଯୁବ, ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *