ପଟ୍ଟାମୁଣ୍ଡାଇ କଂଗ୍ରେସର ବ୍ଲକ ଘେରାଉ
ପଟ୍ଟାମୁଣ୍ଡାଇ ତା ୧୮.୮-ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ୯ ଦଫା ଦାବୀ ନେଇ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ କରାଯାଇଥିଲା I ୯ ଦଫା ଦାବୀ ମଧ୍ୟରେ ବ୍ଲକ ସ୍ତରରେ ଚାଲିଥିବା ପି ସି ବନ୍ଦ କରିବା,ଖାଲି ପଡିଥିବା ସରକାରୀ ପଦବୀ ପୂରଣ କରି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା,ପେଟ୍ରୋଲ ଡିଜେଲ, ରନ୍ଧନ ଗ୍ୟାସ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ରୋକିବା,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା,ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ I ଆଜି ଦିବା ୧୨ ଘଟିକା ସମୟରେ କଂଗ୍ରେସ କାର୍ଯ୍ୟାଳୟର ନେତା ଓ କର୍ମୀମନେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ଅଫିସରେ ପହଂଚି ବ୍ଲକ ଘେରାଉ କରିଥିଲେ I ପି ସି ସି ସଭ୍ୟ ପ୍ରଦୀପ ପ୍ରଧାନ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଯଦୁମଣି ଦାସ, ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନ ଉପସଭାପତି ଅବିନାଶ ଲେଙ୍କା ଓ ସନାତନ ବିଶ୍ୱାଳ,ବ୍ଲକ କଂଗ୍ରେସ ଉପସଭାପତି ବିରଞ୍ଚି ଦାଶ,ମାଗୁଣି ଲେଙ୍କା ଓ ନରେଶ ଜେନା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ବେହେରା, ଜିଲ୍ଲା ଦଳିତ ସେଲ ସଭାପତି ସର୍ବେଶ୍ୱର ସେଠୀ,ବରିଷ୍ଠ ନେତା ରମାକାନ୍ତ ଦାଶ,ଯୁବନେତା ତପନ ପାତ୍ର କାଉନସିଲର ସମ୍ରାଟ ଜେନା ଓ ମଳୟ ଓଝା, ସରପଞ୍ଚ ନରେଶ ମଲିକ, ସମିତିସଭ୍ୟ ପର୍ଶୁରାମ ବେହେରା ଓ ବିଶ୍ୱରଞ୍ଜନ ଭୂୟାଁ,ଆଲୋକ ଧଳ, ଭରତ ସ୍ୱାଇଁ,ନିମାଇଁ କର, ଗୌରାଙ୍ଗ ସାମନ୍ତରାୟ,ବିକାଶ ପାତ୍ର, ପିଣ୍ଟା ଚୌଧୁରୀ, ମନୋରଞ୍ଜନ କର, ରମୁ ପାତ୍ର, ପ୍ରିନ୍ସ ଜେନା, ଜଗନ୍ନାଥ ନାୟକ,ବିକାଶ ପାତ୍ର, ହଳଧର ପ୍ରଧାନ ଓ ପଞ୍ଚାନନ ଦାସ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ I ଶେଷରେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ୯ ଦଫା ସମ୍ବଳିତ ଦାବୀପତ୍ର ବିଡ଼ିଓ ଶୁଭାଂଶୁ ସାହୁଙ୍କୁ ପ୍ରଦାନ କରାଯାଇଥିଲା I