ରାଜ୍ୟ

୫ ଟି ସଚିବ ଙ୍କ ଦୁଇ ଦିନିଆ ପୁରୀ ଜିଲ୍ଲା ଗସ୍ତ।

ପୁରୀ ଜିଲ୍ଲାର ସମସ୍ତ ହାଇସ୍କୁଲ ଓ +୩ ମହାବିଦ୍ୟାଳୟ ରୂପାନ୍ତରଣ ହେବ।

ପୁରୀ ୧୮/୮ ପୁରୀ ଜିଲ୍ଲା ର ସମସ୍ତ ହାଇସ୍କୁଲ ଓ +୩ ମହାବିଦ୍ୟାଳୟ ରୂପାନ୍ତରଣ ହେବ ବୋଲି ୫ଟି ସଚିବ ଭି କେ ପାଣ୍ଡିଆନ ସୂଚନା ଦେଇଛନ୍ତି।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ ଟି ସଚିବ ଭି କେ ପାଣ୍ଡିଆନ ଆଜିଠାରୁ ଦୁଇ ଦିନିଆ ପୁରୀ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମେ ସେ ପିପିଲି ବ୍ଲକ ର ଇନ୍ଦିରା ଗାନ୍ଧୀ ପଡିଆ ଠାରେ ପହଞ୍ଚି ବିଭିନ୍ନ ସମସ୍ୟାର ଅଭିଯୋଗ ଗୁଡିକ ଗ୍ରହଣ କରିଥିଲେ।ପରେ କୃଷ୍ଣପ୍ରସାଦ ବ୍ଲକର କମଳେଶ୍ୱର ମନ୍ଦିର ଦର୍ଶନ କରିବା ସହ ତାହାର ଉନ୍ନତି କରଣ ପାଇଁ ସୂଚନା ଦେଇଥିଲେ।ପରେପରେ ପଣା ଯାତ୍ରା ପଡିଆ ଠାରେ ସାଧାରଣ ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଏହାପରେ କେରେଣ୍ଡିଆ ପଡିଆ ଠାରେ ସାଧାରଣ ଅଭିଯୋଗ ଶୁଣି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଅପରାହ୍ନ ରେ ସଦର ବ୍ଲକ ର ତାଳବଣିଆସ୍ଥିତ ପାର୍କିଂ ସ୍ଥଳ ଠାରେ ଶ୍ରୀ ପାଣ୍ଡିଆନ ପହଞ୍ଚିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ସେମାନେ ଭବିଷ୍ୟତ ଜୀବନରେ ଯେମିତି ସଫଳ ହେବା ସହ ଦେଶ ପାଇଁ ଜଣ ଜଣେ ସମ୍ବଳ ପାଲଟିବେ ସେଥିପାଇଁ ମାର୍ଗଦର୍ଶନ କରାଇଥିଲେ। ସେ କହିଥିଲେ ସମସ୍ତଙ୍କ ଇଛା ଥିବ ବଡ ମଣିଷ ହେବା।ଏହାକୁ ସାକାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗାଁରେ ମଧ୍ୟ ସହରାଞ୍ଚଳ ପରି ଉନ୍ନତ ମାନର ଶିକ୍ଷାୟତନ ଶୈକ୍ଷିକ ପରିବେଶ ସୃଷ୍ଟି କରିଛନ୍ତି।ନିଜ ନିଜ ଶିକ୍ଷାନୁଷ୍ଠାନକୁ ନୂତନ ରୂପ ଦେବା ରେ ଶ୍ରମଦାନ କରନ୍ତୁ।ଆଗାମୀ ନୂତନ ବର୍ଷ ବେଳକୁ ଏ ଶିକ୍ଷାନୁଷ୍ଠାନ ନୂଆ ଭାବ ରେ ହୋଇ ସାରିଥିବ ବୋଲି ସେ କହିବା ସହ ଯୋଗ, କ୍ରିଡା ମାଧ୍ୟମରେ ନିଜକୁ ସୁସ୍ଥ ରଖିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ଭୂଦାନ ପଡିଆ ଠାରେ ସାଧାରଣ ଜନତା ଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିବା ସହ ଅଭିଯୋଗ ପତ୍ର ଗୁଡ଼ିକୂ ଗ୍ରହଣ କରିଥିଲେ।ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ମହିଳା ମାନଙ୍କୁ ୧୦ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା କରାଇଛନ୍ତି।ସେହିପରି ମିଶନ ଶକ୍ତି ମାଧ୍ୟମରେ ନିଜକୁ ସ୍ୱାବଲମ୍ବୀ କରାଇବା ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି।କୃଷକ ମାନଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଯେଉଁ ଠାରେ ସରକାରୀ କୋଠା ବ୍ୟବହାର ରେ ଲାଗୁନାହିଁ ତାକୁ ମିଶନ ଶକ୍ତି ର ବ୍ୟବହାର ରେ ଲଗାଯାଇ ପାରିବ ବୋଲି ସେ କହିଥିଲେ।ମିଳିଥିବା ଅଭିଯୋଗ ମଧ୍ୟରେ ମିଳିଥିବା ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟର ଗୁଡିକ ପାଇଁ ଆଗାମୀ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଖୁସି ଖବର ମିଳିବ ବୋଲି ସେ ସୂଚନା ଦେଇଥିଲେ। ଅନ୍ୟ ଅଭିଯୋଗ ଗୁଡିକ ର ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅଭିଯୋଗକାରୀ ଙ୍କୁ ଅବଗତ କରାଯିବ ବୋଲି ସେ କହିଥିଲେ।

ଏହି ଗସ୍ତ ସମୟରେ କ୍ରିଡା ବିଭାଗର ପ୍ରମୁଖ ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାଞ୍ଚଳ ଆଇ ଜି ଆଶିଷ ସିଂ,ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡା କନୱର ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଵାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପୁରୀ ତହସିଲଦାର କ୍ଷୀରୋଦ କୁମାର ବେହେରା, ବିଡ଼ିଓ ସମ୍ବିତ କୁମାର ଶତପଥୀ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ରାମଚନ୍ଦ୍ର ପଟ୍ଟନାୟକ ବିଭିନ୍ନ ବ୍ଲକ ର ବିଡ଼ିଓ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *