ରାଜ୍ୟ

ସରୁନି ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦୁଃଖ ,

ଆସନ୍ତା ନିର୍ବାଚନ ରେ ଭୋଟ ବର୍ଜନ ଚେତାବନୀନବରଙ୍ଗପୁର- ବୁଡ଼ିଅଞ୍ଚଳ ବାସୀଙ୍କ ଦୁଃଖ ଏବେବି ସରୁନି ,ବିସ୍ଥାପିତ ହୋଇ ମଧ୍ୟ ପାଇ ନାହାନ୍ତି ସରକାରଙ୍କ ଠାରୁ ପାନୀୟଜଳ ର ସୁବିଧା ।ଦୀର୍ଘ ୩୩ ବର୍ଷ ପରେ ବି ନିର୍ଭର କରୁଛନ୍ତି ଗଳିଆ କୂଅ ପାଣି । ପ୍ରଶାସନ ହୋଉ କି ରାଜନେତା ମାନଙ୍କ ହୋଉ କାହାରି ଦେଖା ନାହିଁ ।ଅନେକ ଜନ ପ୍ରତିନିଧି ମାନଙ୍କୁ ଅଭିଯୋଗ କରିଛନ୍ତି ହେଲେ ଫଳ ଶୁନ । କୂଅରୁ ଗଳିଆ ପାଣି ପିଇ ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ପ୍ରଶାସନ ର ଦୃଷ୍ଟି ପଡି ପାରୁନି ।ଏଭଳି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ପଞ୍ଚାୟତ ଅନ୍ତର୍ଗତ ଛଟାଗୁଡା ଗ୍ରାମର ନୂଆସାହିର ବିସ୍ଥାପିତ ହୋଇଥିବା ଗ୍ରାମବାସୀ ।ସୂଚନା ମୁତାବକ ୧୯୯୦ ମସିହାରେ ଇନ୍ଦ୍ରାବତୀ ଡ୍ୟାମ ପାଇଁ ୧୫ ପରିବାର ବିସ୍ଥାପିତ ହୋଇ ଏହି ଛଟାଗୁଡା ଗ୍ରାମରେ ବସତି ସ୍ଥାପନ କଲେ । ବସତିର ନାମ ଦେଲେ ନୂଆସାହି । ଆରମ୍ଭରୁ ଆଜି ଯାଏଁ ଅର୍ଥାତ ୩୩ ବର୍ଷ ହେବ ସେମାନେ କୂଅରୁ ହିଁ ପାଣି ପିଉଥିବା କହିଛନ୍ତି । ଯଦି ବିଶୁଦ୍ଧ ପାଣି ଆଣିବାକୁ ଯିବାକୁ ହେଲେ ଅନ୍ୟ ସାହି ୩୦୦ ମିଟର ଦୂରକୁ ଯିବାକୁ ପଡେ । ଏହି କୂଅ ହିଁ ସେମାନଙ୍କ ସାହା ଭରସା । କୂଅରୁ ବିଷାକ୍ତ ସରୀସୃପ ମଧ୍ୟ ରହୁଥିବା କହିଛନ୍ତି ସାହି ବାସିନ୍ଦା । ଅନେକ ରାଜନେତା ଓ ପ୍ରଶାସନିକ ଅଧିକାରୀ ଆସିଲେ ଗଲେ କିନ୍ତୁ ପାନୀୟଜଳ ର ବ୍ୟବସ୍ଥା କେହି ବି କରି ନାହାଁନ୍ତି । ବୁଡ଼ିଅଞ୍ଚଳ ବିସ୍ଥାପିତ ଲୋକମାନେ ଅନେକ ସ୍ଥାନରେ ଅଛନ୍ତି ଓ ସେମାନେ ଅନେକ ପ୍ରକାର ସୁବିଧା ପାଇ ଆସୁଛନ୍ତି ।କିନ୍ତୁ ଏହି ୧୫ ପରିବାରକୁ ପାନୀୟଜଳ ର ବ୍ୟବସ୍ଥା କରା ନ ଯିବା ଅତି ଦୁଃଖର ବିଷୟ ବୋଲି ଏହି ସାହି ବାସିନ୍ଦା କହିଛନ୍ତି । ପ୍ରଶାସନ ତରଫରୁ ଏହି କୂଅ ଖୋଳା ଯାଇଥିଲା , ତାହାବି ଭାଙ୍ଗିବାକୁ ବସିଲାଣି । ବର୍ଷ ଯାଇ ବର୍ଷ ପର୍ଯ୍ୟନ୍ତ ଏହି କୂଅରୁ ହିଁ ଗଳିଆ ପାଣି ହିଁ ପିଉଛନ୍ତି କାରଣ ଆଉ କୌଣସି ବିକଳ୍ପ ନାହିଁ । ଶୀଘ୍ର ପାନୀୟଜଳ ର ବ୍ୟବସ୍ଥା କରାଯାଉ ନଚେତ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।ଏନେଇ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଧ୍ୱଜ ମାଝୀ ୧୫ ଦିନ ମଧ୍ୟରେ ସଲାର ମାଧ୍ୟମରେ ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *