ନୀଳକଣ୍ଠ ନଗର ଶିଶୁ ମନ୍ଦିର ରେ ଆଜାଦୀ କା ଅମୃତ ମହୋତ୍ସବ !!
ବ୍ରହ୍ମପୁର: ( ଚିନ୍ମୟୀ ପାଣିଗ୍ରାହୀ) କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଭାରତୀୟ ସାମାଜିକ ଏବଂ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଜାଦୀ କା ଅମୃତ ମହୋତ୍ସବ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ଯୋଗଦେଇ ସ୍ଵାଧୀନତା ର ୭୫ ବର୍ଷ ଉପରେ ବିଷୟ ରଖିଥିଲେ ଏହା ସହ IISER ପ୍ରଫେସର ନିହାର କୁମାର ପାତ୍ର ଲୁକ୍କାୟିତ ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ କହିଥିଲେ ଏବଂ ସରୋଜ ସାବତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜାତୀୟତାବୋଧରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏସେ, ଡିବେଟ, ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ର,ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ନୀଳକଣ୍ଠ ନଗର ପକ୍ଷରୁ ଅଧକ୍ଷ ସୁବ୍ରତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ୱାଗତ କୁମାର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ଓ ସୁନୀଲ କୁମାର ଦୋରା ଧନ୍ୟବାଦ ଦେଇଥିଲେ।