ଓଡିଶା ସ୍ଵାସ୍ଥ୍ଯ ମନ୍ତ୍ରୀ ନଵ କିଶୋର ଦାସଙ୍କ ଵିୟୋଗରେ ସିପିଆଇର ଶୋକ
ଭୁଵନେଶ୍ଵର: ତା୨୯/୧/୨୦୨୩ରିଖ : ଓଡିଶାର ସ୍ଵାସ୍ଥ୍ଯ ମନ୍ତ୍ରୀ ନଵ କିଶୋର ଦାସ ଆଜି ଏକ ରାଜନୈତିକ କାର୍ଯ୍ଯକ୍ରମରେ ଯୋଗ ଦେଇଥିଵା ଵେଳେ ଜନୈକ ପୋଲିସ କର୍ମଚାରୀଙ୍କ ଗୁଳିକାଣ୍ଡରେ ଅକାଳ ମୃତ୍ଯୁ ଵରଣ କରିଥିଵାରୁ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ଓଡିଶା ରାଜ୍ଯ ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରା ଯାଇଛି।ଆଜି ନଵ କିଶୋର ଦାଶଙ୍କ ଆହତ ଖଵର ପାଇ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଓ ଜାତୀୟ ପରିଷଦ ସଦସ୍ଯ କମ୍ରେଡ୍ କ୍ଷୀରୋଦ ସିଂହଦେଓ ଆପୋଲୋ ହସ୍ପିଟାଲ ଯାଇ ଶେଷ ଦର୍ଶନ କରି ଆସିଵା ପରେ ପାର୍ଟି କାର୍ଯ୍ଯାଳୟରୁ ପାର୍ଟିର ଜାତୀୟ ସମ୍ପାଦକ କମ୍ରେଡ୍ ରାମ କୃଷ୍ଣ ପଣ୍ଡା, ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ, ପୁର୍ଵତନ ରାଜ୍ଯ ସମ୍ପାଦକ କମ୍ରେଡ୍ ଦିଵାକର ନାୟକ, କମ୍ରେଡ୍ ଆଶିଷ କାନୁନଗୋ, କମ୍ରେଡ୍ ପ୍ରଶାନ୍ତ ପାଟ୍ଟଯୋଶୀ, କମ୍ରେଡ୍ ଅଶୋକ ଦାଶ, କମ୍ରେଡ୍ କ୍ଷୀରୋଦ ସିଂହଦେଓ, କମ୍ରେଡ୍ ଡାକ୍ତର ପ୍ରଶାନ୍ତ ମିଶ୍ର,କମ୍ରେଡ୍ ଜୟନ୍ତ ଦାସ ଓ କମ୍ରେଡ୍ ପ୍ରକାଶ ଚନ୍ଦ୍ର ପାତ୍ର ନଵ କିଶୋର ଦାସଙ୍କ ଶୋକ ସନ୍ତପ୍ତ ପରିଵାର ଓ ଵନ୍ଧୁ ସହୋଦର ମାନଙ୍କୁ ସମଵେଦନା ଜ୍ଞାପନ କରିଛନ୍ତି।ଓଡିଶାର ଏଭଳି କ୍ଷମତାରେ ଥିଵା ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ଯାକରିଵା ରାଜ୍ଯର ଏଭଳି ଘଟଣା ପ୍ରଥମ ହୋଇଥିଵାରୁ କ୍ଷମତା ପ୍ରାପ୍ତ ଓଡିଶା ଉଚ୍ଚ ନ୍ଯାୟାଳୟ ଦ୍ଵାରା ଵିଚାର ଵିଭାଗୀୟ ତଦନ୍ତ ସହ ଏଭଳି ଘଟଣାର ପୁନରାଵୃତ୍ତି ନହେଵା ପାଇଁ ଦାଵି କରାଯାଇଛି।