ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ତହସିଲ କର୍ମଚାରି।
ବଣାଇଁ:-( ପି.ଏନ)ଜନସାଧାରଣ ସାଧାରଣତଃ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସୁରକ୍ଷା ପାଇଁ ତହସିଲ ଅଫିସକୁ ଯାଇଥାନ୍ତି ଘର ଭାଙ୍ଗି ଯାଇଥିଲେ କି ଛପରରୁ ପାଣି ଗଳୁଥିଲେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରା ଯାଇଥାଏ ମାତ୍ର ଲହୁଣୀପଡ଼ା ତହସିଲ ଅଫିସରେ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି କର୍ମଚାରୀ ସୁରକ୍ଷିତ ନୁହନ୍ତି କମ୍ପୁଟର ଉପକରଣ ସୁରକ୍ଷିତ ନାହିଁ ଯାହାକୁ ନେଇ ଏବେ ଜନସାଧାରଣ ସନ୍ଦେହରେ ପଡିଛନ୍ତି।
ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଲହୁଣୀପଡ଼ା ତହସିଲ ଅଫିସରେ । ରେକର୍ଡ କିପର ଏବଂ ପାଖ ଟେବୁଲ ଉପରେ ଛାତ ଉପରୁ ସିଲିଂ ଖସି ପଡିଥିଲା ଏବଂ କିଛି କ୍ଷଣ ଆଗରୁ ଏଠାରେ ରେକର୍ଡ ର କର୍ମଚାରୀ କାମ କରୁଥିଲେ ଏବଂ ରେକର୍ଡ ରୁମ କୁ ପଶିବା ସମୟରେ ଏହି ଅଘଟଣ ଘଟିଥିଲା ଯାହା ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲହୁଣୀପଡ଼ା ବ୍ଲକ ଜନସାଧାରଣଙ୍କ ଜମିଜମା ସମ୍ୱନ୍ଧୀୟ ବହୁ ଗୁରୁତ୍ୱ ପୂର୍ଣ୍ଣ ଫାଇଲ ସବୁ ଥିବା ବେଳେ ଛାତରୁ ପାଣି ଗଳୁଛି ପାଣି ଗଳୁଥିବା ଜାଗା ପାର୍ଶ୍ଵରେ ଫାଇଲ ସବୁ ଗଦା ହୋଇଛି ବର୍ଷା ହେଲେ କର୍ମଚାରୀ ମାନଙ୍କୁ ଟେବୁଲ ଉପରେ ବାଲ୍ଟି ରଖି କାମକରିବାକୁ ପଡୁଛି ହାଇଟେକ ସେଲ ଲେବ ଯେଉଁଠାରେ ଚାରୋଟି କମ୍ପୁଟର ରଖି କାମ କରା ଯାଉଛି ସେହି ରୁମରେ ମଧ୍ୟ ବର୍ଷା ହେଲେ ପାଣି ଗଲୁଚି। ମେ ମାସରେ ତହସିଲ ଅଫିସ ଛାତର ଗ୍ରୀଡିଙ୍ଗ ହୋଇଥିବା ଜଣା ପଡିଛି ବର୍ଷେ ନପୂରୁଣୁ ଛାତରୁ ସିଲିଗ ଖସିବା କର୍ମଚାରୀ ଙ୍କ ମନରେ ଅସୁରକ୍ଷିତ ଭାବ ଉପ୍ନନ ହୋଇଥିବା ବେଳେ ତହସିଲ ଅଫିସ ଭଳି ଗୁରୁତ୍ୱ ପୂର୍ଣ୍ଣ ସରକାରୀ ଅଫିସ କୁ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି।