ରାଜ୍ୟ

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ’ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର:

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ‘ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁ ଫ୍ ସଂଶୋଧନ ‘ ନିମନ୍ତେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ପାଞ୍ଚଦିନ ବ୍ୟାପୀ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ତା ୧୪.୦୮.୨୦୨୩ ରିଖ ଠାରୁ ଆରମ୍ଭ ହୋଇ ତା ୧୯.୦୮.୨୦୨୩ ରିଖ ଦିନ ଉଦ୍ ଯାପିତ ହୋଇଯାଇଛି । ଏହି ଉଦ୍ ଯାପନୀ ଉତ୍ସବ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ, ଭା. ପ୍ର. ସେ.,ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥିରୂପେ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ରାଉତରାଏ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଆମର ମାତୃଭାଷା । ଆମ ଭାଷା ଶାସ୍ତ୍ରୀୟ ଭାଷା ଏବଂ ପ୍ରଶିକ୍ଷାର୍ଥୀଙ୍କୁ ଆଗାମୀ ଦିନରେ ଏହି ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ପରାମର୍ଶ ଦେଇଥିଲେ । ପ୍ର. ସ୍ବାଇଁ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ପରିଚାଳନା କରିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ଅଧିକାରୀ ଡକ୍ଟର କ୍ଷେତ୍ରବାସୀ ମାନ୍ ସେଠ୍, ଶ୍ରୀ ଗୋବିନ୍ଦ ପ୍ରସାଦ ଦାସ ଓ ଅନ୍ୟ ସମସ୍ତ କର୍ମଚାରୀ ତଦାରଖ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ୮୦ ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକଭାବେ ଡ.ହୃଷିକେଶ ମଲ୍ଲିକ, ପ୍ର.ନାରାୟଣ ସାହୁ, ଦାଶ ବେନହୁର, ଡ.ପ୍ରସନ୍ନ କୁମାର ମହାନ୍ତି, ଡ.ପ୍ରମୋଦ କୁମାର ପରିଡ଼ା , ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର, ଡ.ସନ୍ତୋଷ କୁମାର ରଥ, ଡ.ହରପ୍ରସାଦ ମିଶ୍ର, ଡ.ଦେବାଶିଷ ମହାପାତ୍ର ଏବଂ ଡ.ରମେଶ ଚନ୍ଦ୍ର ମଲ୍ଲିକ ଆଦି ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିଶେଷରେ ଖଗେଶ୍ବର ମାର୍ଥା ପାଲା ପରିବେଷଣ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଅନେକେ ନିଜର ଅନୁଭୂତି ବାଢ଼ିଥିଲେ । ଡ.ଶମ୍ଭୁ ଦୟାଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ପ୍ରଶିକ୍ଷାର୍ଥୀ ଏନ୍.ନୀଳମାଧବ ପାତ୍ର ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *