ଧରା ପଡିଲେ ନକଲି ପରୀକ୍ଷାର୍ଥୀ। ରାଉରକେଲା NIT ରେ ପରୀକ୍ଷା ଦେଲାବେଳେ ଧରା ପଡିଲେ ଚାରି ଜଣ ନକଲି ପରୀକ୍ଷାର୍ଥୀ
ବଣାଇଁ:୨୦/୮(ପି.ଏନ୍) ଅସଲି କ୍ୟାଣ୍ଡିଡେଟ ବଦଳରେ ନକଲି କ୍ୟାଣ୍ଡିଡେଟ ଦେଉଥିଲେ ପରୀକ୍ଷା। ଚେକିଂ ସମୟରେ ଧରା ପଡିଲେ ନକଲି ପରୀକ୍ଷାର୍ଥୀ। ତେବେ ଗତ କାଲି ରାଉରକେଲା NIT ରେ ଜୁନିୟର ଆସିଷ୍ଟାଣ୍ଟ ଟ୍ରେନିଂ ପଦବୀ ପାଇଁ ଚାଲିଥିଲା ପରୀକ୍ଷା ଏହି ସମୟରେ ଧରା ପଡିଲେ ଚାରି ଜଣ ନକଲି ପରୀକ୍ଷାର୍ଥୀ।ପରୀକ୍ଷାର୍ଥୀଙ୍କ ପାଖରେ ଉପଲବ୍ଧ ଆଇଡି କାର୍ଡ ସହ ମା’ଙ୍କ ନାମ ଭଳି ଇନଭିଜିଲେଟର ମାନଙ୍କ ଦ୍ୱାରା ପଚରାୟାଇଥିବା ଅତିରିକ୍ତ ପ୍ରଶ୍ନ ରେ ଏଭଳି ନକଲି ପରୀକ୍ଷାର୍ଥୀ ଚିହ୍ନଟ ହୋଇଥିଲେ। ଚାରୋଟି ନକଲି ପରୀକ୍ଷାର୍ଥୀ ମାମଲା ସାମ୍ନାକୁ ଆସିଥିଲା। ଆଡମିଟ୍ କାର୍ଡରେ ଥିବା ଫଟୋ ପରୀକ୍ଷାର୍ଥୀଙ୍କ ସହ ମେଳ ଖାଉ ନ ଥିଲା। ଚାରି ଜଣ ନକଲି ପରୀକ୍ଷାର୍ଥୀ ହେଲେ ପୁନିତ ସିଂ,ଗୌରବ ଚୌହାନ, ମନିଶ କୁମାର ଓ ସୁନୀଲ କୁମାର।ଗୋଟିଏ ଧଳା ରଙ୍ଗର ଇଲାଷ୍ଟିକ୍ ବ୍ୟାଣ୍ଡ ପ୍ରଗୋଟିଏ ଧଳା ରଙ୍ଗର ମାଇକ୍ରୋ ଫୋନ, ଜିଏସଏମ ବ୍ଲୁଟୁଥ ଫୋନ ବକ୍ସ ସହିତ ଅଦୃଶ୍ୟ କ୍ୟାମ୍ ୩୬୦ ଏଚଡି ଗୁପ୍ତଚର ନାନୋ ଇୟରପିସ ଏବଂ ଇୟରଫୋନରେ ଲୁକ୍କାୟିତ ମାଇକ୍ରୋ ବାୟାଲେସ୍ କଭରେଟ ଗୌରବ ଚୌହାନଙ୍କ କବ୍ଜାରୁ ଉଦ୍ଧାର କରାଯାଇଛି। ଏବଂ ଗୋଟିଏ କ୍ରେପ୍ ବ୍ୟାଣ୍ଡଡ଼ ଯେଉଁଥିରେ କାର୍ବନ୍ ପେପର୍ ଲଗାୟାଇଥିଲା, ଏବଂ ଜିଏସଏମ ବ୍ଲୁଟୁଥ ଫୋନ ବକ୍ସ ସହିତ ଅଦୃଶ୍ୟ ଏକ କ୍ୟାମ୍ ୩୬୦ ଏଚଡି ଗୁପ୍ତଚର ନାନୋ ଇୟରପିସ, ଏବଂ ଗୋଟିଏ ରିଅଲ୍ ମି ମୋବାଇଲ୍ ଅଭିୟୁକ୍ତ ପୁନିତ ସିଂହଙ୍କ କବ୍ଜାରୁ ଉଦ୍ଧର କରାଯାଇଛି। ଜିଏସଏମ୍ ବ୍ଲୁଟୁଥ୍ ଫୋନ୍ ବକ୍ସ ସହ ଅଦୃଶ୍ୟ କ୍ୟାମ୍ ୩୬୦ ଏଚଡି ଗୁପ୍ତଚର ନାନୋ ଇୟରପିସ୍,ଗୋଟିଏ କଳା ରଙ୍ଗର ବ୍ଲୁଟୁଥ ରିମୋଟ ଶଟର ଯାହା କ୍ୟାମେରାରେ ଅତିରିକ୍ତ ଲେନ୍ସ ସହିତ ଯୋଡ଼ା ଯାଇଥିଲା ଏବଂ ଗୋଟିଏ କଳା ରଙ୍ଗର ସାମସଙ୍ଗ ମୋବାଇଲ ଫୋନ ଯାହା ମନୀଶ କୁମାରଙ୍କ କବଜାରୁ ଉଦ୍ଧାର କରାଯାଇଛି।ଏବଂ ଗୋଟିଏ ନୀଳ ରଙ୍ଗର ସାମସଙ୍ଗ୍ ମୋବାଇଲ୍ ଫୋନ୍ ସହିତ ଅତିରିକ୍ତ ଲେନ୍ସ ସଂୟୁକ୍ତ ଗୋଟିଏ ଧଳା ରଙ୍ଗର ଇଲାଷ୍ଟିକ୍ ବ୍ୟାଣ୍ଡ୍ , ଜିଏସଏମ ବ୍ଲୁଟୁଥ ଫୋନ ବକ୍ସ ସହିତ ଗୋଟିଏ କ୍ୟାମ୍ ୩୬୦ ଏଚଡି ସ୍ପାଇ ନାନୋ ଇୟରପିସ, ଅଦୃଶ୍ୟ ଇୟରଫୋନରେ ଲୁକ୍କାୟିତ ମାଇକ୍ରୋ ବାୟାରଲେସ୍ କଭରେଟ୍ ଏବଂ ଗୋଟିଏ କଳା ରଙ୍ଗର ବ୍ଲୁଟୁଥ୍ ଉଦ୍ଧାର କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଜାରିରଖିଥିବା ଜଣାପଡିଛି ।