ଅସହାୟ ଶରତଙ୍କ ହାତ ବଢ଼ାଇଲେ ସମାଜସେବୀଙ୍କ ପରିବାର*
ଜେନାପୁର,(ପି.ଏନ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଗ୍ରାମ ପଞ୍ଚାୟତର ମଣ୍ଡପ ସାହିର ଶରତ ଚନ୍ଦ୍ର ବାଇଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଯାଜପୁର ରୋଡ଼ କଣ୍ଟାଝରି ଗଡ଼ ସମାଜସେବୀ ଅନିଲ ପଣ୍ଡା ଓ ପତ୍ନୀ ପ୍ରୀତିପଲ୍ଲଭୀ କର । ଦୈନନ୍ଦିନ ଶରତ ଜରି (ପଲିଥିନି ) ବ୍ୟବସାୟି କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଥିଲେ । କିନ୍ତୁ ସେ ଅଶୁଭ କାଳ ଦିନ ଜରି ଆଣି ଆସିବା ବାଟରେ ଧକା ଦେଇଥିଲା ଏକ ପିକଅପ୍ ଗାଡି ଯାହା ଫଳରେ ଚେତା ଶୂନ୍ୟ ହୋଇ ପଡିଯାଇଥିଲେ । ସେ ପରିବାରର ମୁଖ୍ୟ ହୋଇଥିବାରୁ ଘର ଜଞ୍ଜାଳ ନିର୍ଭର କରେ ତାଙ୍କ ଉପରେ ଏହି ପରିସ୍ଥିତି ନିଜର ଭାଗ୍ୟକୁ ଦୋଷ ଦେଉଥିବା ବେଳେ ଦାଉ ସାଜିଲା ଭଗବାନ । ଜାତୀୟ ରାଜପଥ ୧୬ ନମ୍ବର ଚଣ୍ଡିଖୋଲରୁ ଜରୀ (ପଲିଥିନି ) ଆଣି ଫେରୁଥିବା ସମୟରେ ନେଉଳପୁର ପାଖରେ ଗାଡି ସହିତ ଦ୍ରୁର୍ଘଟଣା ଘଟିଲା ଯାହା ଫଳରେ କି କଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବାକୁ ପଡିଥିଲା । ଏହି ସଡ଼କ ଦୁର୍ଘଟଣାରେ ଦୁଇ ଗୋଡ ସହ ଗୋଟିଏ ହାତ ଅକ୍ଷମ ହୋଇ ଘରେ ଶଯ୍ୟା ସାଇ ଅବସ୍ଥାରେ ରହିଥିବା ବେଳେ ମା ତାଙ୍କର ପକ୍ଷ୍ୟାଘାତ ରୋଗରେ ପୀଡିତ ଅଛନ୍ତି । ବାଧ୍ୟ୍ୟ ହୋଇ ଶରତଙ୍କ ସ୍ତ୍ରୀ ବାସନ୍ତୀ ପରିବାର ଚଳାଇବା ପାଇଁ ଦୋକାନରୁ ଗୁଆ ଆଣି ତାକୁ କାଟି, ଯାହା ମିଳେ କଷ୍ଟରେ ପରିବାର ଚଳାଉଛନ୍ତି । ଗଣମାଧ୍ୟ୍ୟମରେ ଖବର ପ୍ରସାରଣର ପରେ ସାହାଯ୍ୟ ପାଇଁ ସରକାରୀ କିମ୍ବା ବେସରକାରୀ ସଂସ୍ଥାରକୁ ସାହାଯ୍ୟର ସହୟାତା ପାଇଁ ସେ ନିବେଦନ କରିଥିଲେ । ଗଣମାଧ୍ୟମରୁ ଏହି ଖବର ଜାଣିବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ପରିବାର କବାଟବନ୍ଧ ମଣ୍ଡପ ସାହିରେ ପହଞ୍ଚି ଏକମାସ ପାଇଁ ଗ୍ରୋସରୀ ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଗକୁ ମଧ୍ୟ ସାହାଯ୍ୟର ହାତ ବଢ଼ାଇବା ସହ ସହୟାତା ଯୋଗାଇ ଦେବେ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ।