ଗାନ୍ଧୀ ଭବନ ଠାରେ ଓଡ଼ିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲ୍ଲା ର ସମାଜ ରେ ଅବହେଳିତ ଛାତ୍ର ଛାତ୍ରୀ ମାନ ଙ୍କୁ ମାଗଣା ପୁସ୍ତକ ବଣ୍ଟନ ଓ ଶିକ୍ଷା ଅଧିକାର ଆଇନ ବିଷୟ ରେ ଜନ ସଚେତନତା
ଆଜି ରବିବାର 20.08.2023 ଦିନ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଓଡ଼ିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲ୍ଲା ର ସମାଜ ରେ ଅବହେଳିତ ଛାତ୍ର ଛାତ୍ରୀ ମାନ ଙ୍କୁ ମାଗଣା ପୁସ୍ତକ ବଣ୍ଟନ ଓ ଶିକ୍ଷା ଅଧିକାର ଆଇନ ବିଷୟ ରେ ଜନ ସଚେତନତା କାର୍ଯ୍ୟକ୍ରମ ମହାସଂଘ ର ଆବାହକ ବିମଳ କୁମାର ଦାଶ କ ସଭାପତିତ୍ୟ ରେ ଅନୁଷ୍ଟିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ବରଗଡ ସାମ୍ବାଦିକ ସଂଘ ର ସଭାପତି ଶ୍ରୀ ସୁରେନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।
ଆବାହକ ତାଙ୍କ ବକ୍ତବ୍ୟ ରେ ମହାସଂଘ ର ବିଗତ ତିନି ବର୍ଷ ର ଉପଲବ୍ଧି ଗୁଡ଼ିକ ବିଷୟ ରେ କହିଥିଲେ ଓ ଶିକ୍ଷା ଅଧିକାର ଆଇନ, ମଗଣା ତଥା ବଧ୍ୟତା ଶିକ୍ଷା ପ୍ରଦାନ ବିଷୟ ରେ ଲୋକ ମାନକୁ ବୁଝାଇ ଥିଲେ, ମୁଖ୍ୟ ଅତିଥି ବରଗଡ ରେ eductional ଟ୍ରଷ୍ଟ ସୁପ୍ତ ଭାବରେ ଥିବା, ଏହାକୁ କାର୍ଯ୍ୟକ୍ଷମ କରିବା ଓ ପାଞ୍ଚୟତ କଲେଜରେ ରେ NCC କୁ ପୁନଃ ସ୍ଥାପନା କରାଇବା କୁ ଦାବୀ ରଖିଥିଲେ, ପରେ ସଂଘ୍ ର ଅନ୍ୟାନ୍ୟ
କାର୍ଯ୍ୟକର୍ତା ରମେଶ ପତି, ସାରଥୀ ମେହେର, ଦିବାକର ମାଝି, ବାଲ୍ମୀକି ଷଡ଼ଙ୍ଗୀ, ମାମି ମିଶ୍ର, ସଂଘମିତ୍ରା ପଟେଲ, ଜଟାଧାରୀ ପ୍ରଧାନ, ରବିନ ସାହୁ ଆଦି ନିଜ ବାକ୍ତବ୍ୟ ରଖିଥିଲେ, ଶେଷ ରେ ମହାସଂଘ ର ସାଧାରଣ ସମ୍ପାଦକ ଆଶୁତୋଷ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ।