ବ୍ୟାଙ୍କିଙ୍ଗ୍ ଆଉଟ୍ ଲେଟ୍ ପାଇଁ ଚିନ୍ତାରେ ବ୍ୟବସାୟିକ ପ୍ରତିନିଧି*
ଜେନାପୁର,(ପି.ଏନ୍) ରାଜ୍ୟ ସରକାର ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ବ୍ୟାଙ୍କ୍ ନଥିବା ପ୍ରତି ଅଣପଞ୍ଚାୟତରେ ରାଷ୍ଟ୍ରାୟତ ବ୍ୟାଙ୍କ୍ ଗୁଡିକ ସହାୟତାରେ “ସିଏସ୍ ପି ପ୍ଲସ୍” ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବାକୁ ଯୋଜନା କରିଥିବା ବେଳେ ପୂର୍ବରୁ ସେଠାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କ୍ ର ବ୍ୟବସାୟି ପ୍ରତିନଧି (ବିସି)ମାନେ ଦୀର୍ଘ ୮ ରୁ ୧୦ ବର୍ଷ ଧରି ୨୦୧୪ ମସିହାରୁ କାର୍ଯ୍ୟରତ ଅଛନ୍ତି କିନ୍ତୁ ବର୍ତ୍ତମାନ ପରିପେକ୍ଷିରେ ବିସି ଥିବା ପଞ୍ଚାୟତ ସ୍ଥାନରେ ବ୍ୟାଙ୍କିଙ୍ଗ୍ ଆଉଟ୍ ଲେଟ୍ ଖୋଲିବା ସହ ଅନ୍ୟ ବ୍ୟାଙ୍କର ବିସିମାନଙ୍କୁ ନିଯୁକ୍ତି କେତେ ଦୂର ଯର୍ଥାତ ତାହା ପର୍ଯ୍ୟାଆଲୋଚନା ହେବା ନିହାତି ହେବା ଦରକାର କାରଣ ସେ ସ୍ଥାନରେ ଆଗରୁ ବିସି ଥିବା କିପରି ବାଦ୍ ପଡିଲେ ତାହା ମନରେ ପ୍ରଶ୍ନ ଉଠେ ଏବେ ଚିନ୍ତା ଓ ଦୁର୍ଦ୍ଦିନରେ ପଡିଛନ୍ତି ବ୍ୟବସାୟିକ ପ୍ରତିନିଧି ଆଗକୁ ପରିବାର ଚଳେଇବା କଷ୍ଟ ହୋଇପଡିବ । ସରକାରଙ୍କର ଏହି ଯୋଜନାରେ ପ୍ରଥମେ ସେମାନଙ୍କୁ ସାମିଲ ପାଇଁ ଦାବି ଉଠିବା ଆରମ୍ଭ ହେଲାଣି ।ଦୀର୍ଘ ଦିନ ହେଲା ବି ଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ଓ ରାଷ୍ଟ୍ରାୟତ ବ୍ୟାଙ୍କ୍ ସହାୟତା ରେ ପଞ୍ଚାୟତ ଗୁଡିକରେ ଗ୍ରାହକ ସେବା କେନ୍ଦ୍ର ବ୍ୟବସାୟିକ ପ୍ରତିନିଧିମାନେ କାର୍ଯ୍ୟ କରି ଆସୁଛନ୍ତି । ସେଠାରେ ଋଣ ପ୍ରଦାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ସହିତ ସାମାଜିକ ସୁରକ୍ଷା ଯୋଜନାରେ ବୀମା,ଭତ୍ତା ପ୍ରଦାନ ଆଦିର ସେବା ମିଳୁଛି। ତେବେ ଏହି ସିଏସ୍ ପି ଚଳାଉଥିବା ବିସିମାନେ ନିଜ ହାତରୁ ଘରଭଡା ଦେବା ସହିତ ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି ଓ ଗ୍ରାହକ ସେବା ରୁ ମିଳୁଥିବା କମିଶନରେ କୌଣସି ପ୍ରକାରେ କଷ୍ଟେମଷ୍ଟେ ହଉ ପଛେ ପରିବାର ଚଳି ଯାଉଛନ୍ତି । ମହାମାରୀ କୋରଣା ସମୟରେ ଏହି ସିଏସ୍ ପି ଗୁଡିକ ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅପୁରଣୀୟ ବରଦା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ରାଜ୍ୟ ସରକାର ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍ ସହାୟତାରେ ୪୩୭୩ ପଞ୍ଚାୟତରେ “ସିଏସ୍ ପିପ୍ଲସ” ଖୋଲିବା ସହିତ ଏଥିପାଇଁ ଅର୍ଥ ପ୍ରଦାନ କରିବା କୁ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏଥିରେ ସି ଏସ୍ ସି ପ୍ଲସ ଖୋଲିବା ପାଇଁ ୫ବର୍ଷ ସକାଶେ ମାଗଣାରେ ଘର, ଏକ କାଳୀନ ପାଣ୍ଠି ଯୋଗାଣ ସହିତ ୩ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ସକାଶେ ଅର୍ଥ ପ୍ରଦାନ କରିବେ । ତେବେ ସରକାରଙ୍କ ଏହି ଘୋଷଣା କରିବା ସମୟରେ ପଞ୍ଚାୟତ ସ୍ତରରେ ସେବା ଯୋଗାଉ ଥିବା ସିଏସ୍ ପି ର ବିସିମାନଙ୍କ କଥା ବିଚାରକୁ ନେଇନ ଥିବା ଅଭିଯୋଗ ଆଣିବା ସହିତ ଏ ନେଇ ଜିଲ୍ଲାପାଳଙ୍କୁ ଭେଟିବା ଲାଗି ସିଏସପି ଅପରଟର ମାନେ ଏକାଠି ହେବାରେ ଲାଗିଛନ୍ତି। ରାଜ୍ୟର ସମସ୍ତ ବ୍ୟାଙ୍କ୍ ର ସି ଏସ୍ ପି ଅପରେଟର୍ (ବ୍ୟବସାୟିକ ପ୍ରତିନିଧି )ମାନେ ଏ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହିତ ଯେଉଁ ପଞ୍ଚାୟତରେ ବିଭିନ୍ନ ବ୍ୟାଙ୍କ୍ ର ବିସିମାନେ କାର୍ଯ୍ୟ କରୁଛନ୍ତି ସେଠାରେ ଅନ୍ୟ ବ୍ୟାଙ୍କ୍ କୁ ସିଏସ୍ ପି ପ୍ଲସ ଖୋଲିବା ପାଇଁ ଅନୁମତି ନ ଦେବାକୁ ଦୃଢ ଦାବି ହେଉଛି । ଯଦି ସରକାର ସିଏସ୍ ପି ପ୍ଲସ ଖୋଲିବା କୁ ଯାଉଛନ୍ତି ତେବେ କୋରଣା ଭଳି ମହାମାରୀ ସମୟରେ ସେବା ଜାରି ରଖିଥିବା ବ୍ୟବସାୟିକ ପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଦେବା ସହିତ ସେମାନଙ୍କ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ସହାୟତା ସୁବିଧା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କ ସିଏସ୍ ପି (ଗ୍ରାହକ ସେବା କେନ୍ଦ୍ର) ନିକଟରେ ସରକାର ଆଉ ଗୋଟିଏ ଲେଖାଁଏ ସିଏସ୍ ପି ପ୍ଲସ ନିଜ ଅର୍ଥରେ ସ୍ଥାପନ କରିବେ ତେବେ ମହାମାରୀ ସମୟରେ ଲୋକଙ୍କୁ ନିରନ୍ତର ସେବା ଯୋଗାଇ ଥିବା ଏହି ସିଏସ୍ ପି ଗୁଡିକ ପ୍ରଭାବିତ ହେବା ସହିତ ଆଗାମୀ ଦିନରେ ବନ୍ଦ ହୋଇଯିବ ଏବଂ ସରକାରୀ ସହାୟତା ବନ୍ଦ ପରେ ସରକାରଙ୍କ ପ୍ରୋତ୍ସାହନରେ ଖୋଲିଥିବା ସିଏସ୍ ପି ପ୍ଲସ ଗୁଡିକ ମଧ୍ୟ ଅନୁରୂପ ଦଶା ଭୋଗିବ ବୋଲି କୁହା ଯାଇପାରେ । ତେଣୁ ସିଏସ୍ ପି ପ୍ଲସ ଖୋଲିବା ପୂର୍ବରୁ ନିରନ୍ତର ସେବା ଜାରି ରଖି ଥିବା ସିଏସ୍ ପି ର ବିସିମାନଙ୍କୁ ପ୍ରଥମେ ବିଚାର ବିମର୍ଶ କରି ଅଗ୍ରାଧିକାର ଭାବେ ସେବା ପ୍ରଦାନ ପାଇଁ ସୁଯୋଗ ଦିଅନ୍ତି । ଯଦି ଯେଉଁ ପଞ୍ଚାୟତରେ ଆଗରୁ ଗ୍ରାହକ ସେବା କେନ୍ଦ୍ର ଅଛି ସେହି ସ୍ଥାନରେ ବ୍ୟାଙ୍କିଙ୍ଗ୍ ଆଉଟ୍ ଲେଟ୍ ଖୋଲା ଯାଏ ରାଜ୍ୟର ସମସ୍ତ ବ୍ୟାଙ୍କ୍ ର ବ୍ୟବସାୟିକ ପ୍ରତିନିଧିମାନେ ଅନ୍ୟାୟର ପ୍ରତିବାଦ୍ ରେ ରାଜରାସ୍ତାକୁ ଓଲ୍ହାଇବା ସହ ଆନ୍ଦୋଳନ ମାଧ୍ୟମରେ ଦୃଢ ପ୍ରତିବାଦ କରାଯିବ ବୋଲି ପ୍ରତିଶୃତି ନେଇଛନ୍ତି ।