ଉତ୍କଳ ସାଂସ୍କୃତିକ ପରିଷଦ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ
ସେମିଳିଗୁଡା:ସୁନାବେଡା ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ପରିଷଦର ବିଦାୟୀ ସଭାପତି କାଳୁ ଚରଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ପୃଷ୍ଠପୋଷକ ଅରବିନ୍ଦ ସ୍ବାମୀ ଏବଂ ବରିଷ୍ଠ ଉପଦେଷ୍ଟା ବିନୟ ଚନ୍ଦ୍ର ପଟ୍ଟନାୟକ ଏବଂ ପ୍ରେମାନନ୍ଦ ମାଇତି ଅତିଥି ଭାବେ ଯୋଗ ଦେଇ ନୂତନ କର୍ମକର୍ତ୍ତା ଙ୍କୁ ଶପଥ ପାଠ କରାଇଥିଲେ।ପରିଷଦର ବିଦାୟୀ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଜେନା ଉପସ୍ଥିତ ନୂତନ କର୍ମକର୍ତ୍ତା ଏବଂ ଶୁଭେଚ୍ଛୁ ମାନଙ୍କୁ ସ୍ଵାଗତ କରିବା ସହ ନୂତନ କର୍ମକର୍ତ୍ତା ଚୟନ କମିଟିର ସଦସ୍ୟ ଶେଖ ଇବ୍ରାହିମ, ଅନୀଲ କୁମାର ମହାନ୍ତି ଏବଂ ପି କେ ମିଶ୍ର ବହୁ ଶ୍ରମ ସ୍ବୀକାର କରି ଏକ ଅଭିଜ୍ଞ ତଥା ନିଷ୍ଠାପର ନୂତନ କମିଟି ମନୋନୀତ କରିଥିବାରୁ ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ୨୦୨୩ -୨୦୨୫ ବର୍ଷ ପାଇଁ କମଳା କାନ୍ତ ବିଷୋୟୀ – ସଭାପତି, ଅରବିନ୍ଦ ସାହୁ- ଉପ ସଭାପତି(୧) ଦୀପକ କୁମାର ମଲ୍ଲିକ – ଉପ ସଭାପତି (୨), ମାନସ କୁମାର ଦାସ – ସାଧାରଣ ସମ୍ପାଦକ,ପ୍ରଶାନ୍ତ ମିଶ୍ର – ଯୁଗ୍ମ ସମ୍ପାଦକ, ଅନୀଲ ମହାନ୍ତି – ସମ୍ପାଦକ (ସାଂସ୍କୃତିକ) ମଙ୍ଗଲ ସିଂହ – ସମ୍ପାଦକ (ସାହିତ୍ୟ ଓ ପାଠାଗାର) ଜ୍ୟୋତି ରଞ୍ଜନ ପାଇକରାୟ – ସମ୍ପାଦକ(କ୍ରୀଡ଼ା ଓ ସମାଜ କଲ୍ୟାଣ) ଶ୍ରୀକୁମାର ବେହେରା – ସମ୍ପାଦକ (ନାଟକ) ସରୋଜ କୁମାର ଦାସ – କୋଷାଧ୍ୟକ୍ଷ, ଶୁଭେନ୍ଦୁ କୁମାର ରାଉତ – ହିସାବ ନିରୀକ୍ଷକ ଏବଂ ଭାରତ ଚନ୍ଦ୍ର ସୂତାର, ବୈକୁଣ୍ଠ ନାଥ ବାରିକ, ଜୟଦେବ ମହାପାତ୍ର, ପ୍ରକାଶ ଚନ୍ଦ୍ର ହୋତା,ସୋମନାଥ ନାୟକ, ଆଦି ନାରାୟଣ ଜେନା, ଦେବାଶିଷ ମଲ୍ଲିକ, ସୁଧନ୍ଵା ବାଗ, ଜଳଧର ମହାନ୍ତି ଏବଂ ସୁନିଲ କୁମାର ସାହୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ ହୋଇ ପରିଷଦର ସମ୍ବିଧାନ ଏବଂ ରାଜ୍ୟର ସାହିତ୍ୟ,ସଂସ୍କୃତିର ସୁରକ୍ଷା ପାଇଁ ଶପଥ ପାଠ କରି ଥିଲେ। ପ୍ରଶାନ୍ତ କୁମାର ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିଷଦ ର ଉପଦେଷ୍ଟା ଏସ ଏନ୍ ପତି, ପ୍ରତାପ ଚନ୍ଦ୍ର ପାତ୍ର, ସତ୍ରୁଞ୍ଜୟ ମିଶ୍ର, ନାରାୟଣ ମାର୍ଥା, ବ୍ରଜ କିଶୋର ରାୟ ପ୍ରମୁଖ ଉପସ୍ଥିତ ଥିଲେ।