ରାଜ୍ୟ

ବିଶ୍ୱ ପର୍ଯ୍ୟଟନ ଦିବସରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ପରିବେଷିତ ହେବ ମଞ୍ଚ ନାଟକ

ବ୍ରହ୍ମପୁର- ଆସନ୍ତା ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ପରିବେଷିତ ହେବାକୁ ଯାଉଛି ଏକ ମଞ୍ଚ ନାଟକ । ପରିବେଷିତ ହେବାକୁ ରହିଥିବା ଏହି ମଞ୍ଚ ନାଟକ “ଅସ୍ତ ସୂର୍ଯ୍ୟର ସ୍ୱପ୍ନ” ପାଇଁ ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତିରେ ସହରର ଗଣେଷ ମନ୍ଦିର ପରିସରରେ ନାଟକ ର ପୁସ୍ତକକୁ ପୁଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ଗୋପାଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା , ରାଜ୍ୟ ନାଟକ ସମାରୋହ ସମିତି ର ସଭାପତି ଅନିଲ କୁମାର ପାତ୍ର , ନାଟ୍ୟକାର ମିହିର କୁମାର ତ୍ରିପାଠୀ , ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ , ଅଶୋକ କୁମାର ବ୍ରହ୍ମା , ସମୀର ଆଚାର୍ଯ୍ୟ ,ଶିବରାମ ଚୌଧୁରୀ , ସନ୍ୟାସୀ ମହାରଣା ପ୍ରମୁଖ ଉପସ୍ଥିତ ରହି ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ଏଭଳି ଏକ ମଞ୍ଚ ନାଟକ କୁ ବିଶ୍ୱ ପର୍ଯ୍ୟଟନ ଦିବସରେ ପରିବେଷଣ କରାଯିବାକୁ ସ୍ଥିର ହେବା ସହ ବହି ପୁଜା ଶେଷ ହୋଇଥିବାରୁ ଏହାକୁ କ୍ରମାଗତ ଭାବରେ ବ୍ରହ୍ମପୁରର ପ୍ରେସ କ୍ଲବ ପରିସରରେ ନାଟକ ପରିବେଷଣ ପାଇଁ ଅଭ୍ୟାସ କରାଯିବ ବୋଲି ସୂଚନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ବରିଷ୍ଠ ସାମ୍ୱାଦିକ ନାରାୟଣ ମହାଙ୍କୁଡ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ଶେଷରେ ସୁଦୀପ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ବ୍ରହ୍ମପୁରରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ପରିବେଷିତ ହେବାକୁ ରହିଥିବା ଏହି ନାଟକକୁ ରଚନା ଓ ନିର୍ଦ୍ଧେଶନା ପ୍ରଦାନ କରିବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ବରିଷ୍ଠ ନାଟ୍ୟକାର ରବି ନାରାୟଣ ବେହେରା ।
ମୁଖ୍ୟତଃ ପର୍ଯ୍ୟଟନ ଭାରତର ଆବାହନରେ ଜାତୀୟ ପର୍ଯ୍ୟଟନ ମହୋତ୍ସବ କମିଟିର ସହଯୋଗିତାରେ ଆସନ୍ତା ସେପ୍ଟେମ୍ବର ମାସର 26 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଜାତୀୟ ପର୍ଯ୍ୟଟନ ମହୋତ୍ସବ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପର୍ଯ୍ୟଟନ ବିଷୟ ବସ୍ତୁକୁ ନେଇ କୁନି କୁନି ଛାତ୍ର ଛାତ୍ରୀଙ୍କୁ ମଧ୍ୟରେ ସାଧାରଣ ଜ୍ଞାନ ଚିତ୍ରାଙ୍କନ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତା, ଲୋକନାଟକ ପରିବେଷଣ ଓ କର୍ମଶାଳା, ପର୍ଯ୍ୟଟନ ବିଷୟ ବସ୍ତୁକୁ ନେଇ ଜାତୀୟ ସ୍ତରୀୟ ପ୍ରାମାଣିକ ଚଳଚିତ୍ର ମହୋତ୍ସବ ଓ ପର୍ଯ୍ୟଟନ ସ୍ଥିରଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବା। ଦ୍ଵିତୀୟ ଦିବସରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏକ ପର୍ଯ୍ୟଟନ ଓ ସବୁଜ ସ୍ଥିରତା ଏହାର ବିକାଶ ବିନ୍ୟାସକୁ ନେଇ ଏକ ଜାତୀୟ ସ୍ତରୀୟ ସେମିନାର କରାଯିବା ସହ ସହରର ବହୁ ବୁଦ୍ଧିଜୀବି ଓ ଶିକ୍ଷାବିତଙ୍କୁ ନେଇ ଏକ ଭଞ୍ଜ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହିତ ଓଡିଶା ନାଟକ ସମାରୋହ ସମିତି ଆନୁକୂଲ୍ୟରେ ଶିଶୁ କଳାକାରଙ୍କୁ ନେଇ ଏକ ଶିଶୁ ନାଟକ ମଣିମାନ୍ତେ ପରିବେଷଣ ହେବା ସହ ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ମଞ୍ଚ ନାଟକ ମଧ୍ୟ ପରିବେଷିତ କରାଯିବାକୁ ସ୍ଥିର ହୋଇଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ୱାଦିକ ପ୍ରଶାନ୍ତ ଦାଶ , କୈଳାସ ବେହେରା , ଚିକୁ ପ୍ରତିନିଧି , ସ୍ୱାଧିନ ପାତ୍ର , ଶିବ ନାରାୟଣ ପଣ୍ଡା , ପିଣ୍ଟୁ ବେହେରା , ରାଜେଶ ସାହୁ , ପ୍ରହଲ୍ଲାଦ ସାହୁ , ସରୋଜ ପଣ୍ଡା , ସୀମାଞ୍ଚଳ ସାହୁ , ସତ୍ୟ ଚେତନ ପରିଡା , ମନୋଜ ପଣ୍ଡା , ଦିନେଶ ପଟ୍ଟନାୟକ , ଅଭିରାମ ପାତ୍ର , ଅନନ୍ତରାମ ପ୍ରଧାନ , ବନୀତା ବେହେରା , ଝିଲି ସାହୁ , ମଧୁସ୍ମିତା ଦାଶ , କାଳୀପ୍ରସାଦ ରଥ,ଡି.ଗୋପାଳକୃଷ୍ଣ ରେଡି , ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *