ରାଜ୍ୟ

ପୁରୀ ଆଇଟିଆଇରେ ଆପ୍ରେଣ୍ଟିସିପ୍ ମେଳା*

ପୁରୀ,୨୨/୦୮: ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳା,ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ପୁରୀ ଆନୁକୂଲ୍ୟରେ  ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା କର୍ମନିଯୁକ୍ତି ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ   ମେଳା ର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ  ଜିଲ୍ଲା  ଶିଳ୍ପ କେନ୍ଦ୍ର ର ସହକାରୀ ପରିଚାଳକ ଶ୍ରୀ ହେମନ୍ତ କୁମାର ନାୟକ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ତଥା ଆପରେଣ୍ଟିସିପ୍ ପରବର୍ତ୍ତୀ ଉଦ୍ୟୋଗିତା ସୁଯୋଗ ଉପରେ ଆଲୋକପାତ  କରିଥିଲେ । ପୁରୀ ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଇଂ. ଅରବିନ୍ଦ ଘୋଷ ନିଜ ବକ୍ତବ୍ୟ ରେ ସରକାରୀ ଆଇଟିଆଇ ରେ ଦିଆ ଯାଉଥିବା ଆଧୁନିକ ଦକ୍ଷତା ଭିତ୍ତିକ ଜ୍ଞାନ କୌଶଳ ଓ ନିଯୁକ୍ତି ସୁଯୋଗ ବିଷୟ ରେ ଆଲୋକ ପାତ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଟ ୧୨୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ମେଳା ରେ ଯୋଗଦେଇଥିବା ବିଭିନ୍ନ ସଂସ୍ଥା ଯଥା, ଭାରତୀୟ ପୂର୍ବତଟ ରେଳ ବିଭାଗ  ଖୋର୍ଦ୍ଧା, ଟାଟା ପାୱାର ,ହୋଟେଲ ମେ ଫେୟାର, ଷ୍ଟେର୍ଲିଂ ହୋଲିଡେ଼ ରିସର୍ଟ, କଂନ୍ସୋରଟିଅମ ଅଟୋମୋବାଇଲ ପୁରୀ, ଛାତ୍ରଛାତ୍ରୀ ଙ୍କୁ  ଆପ୍ରେଣ୍ଟିସିପ୍ ନିମନ୍ତେ ଚୟନ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଆପରେଣ୍ଟିସିପ୍ ମେଳା ଟି ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା। ଆପରେଣ୍ଟିସିପ୍ ଅଧିକାରୀ  ଶ୍ରୀ କୃତିଦୀପ୍ତ ସାହୁ ,ମେଳା ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *