ରାଜ୍ୟ

ଘଣ୍ଟାରେ ଚାରି ପଞ୍ଚାୟତର  ଏଗାର ଗ୍ରାମ ସଭା ଗୋଟିଏ ସ୍ଥାନରେ ଶେଷ l

ଯାଜପୁର (କାଳିଆପାଣି) : – ଓଡିଶା ଖଣିନିଗମର ଦୁଇଗୋଟି ଖଣି ଖୋଲିବା ନିମନ୍ତେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ରୁପାନ୍ତରିତ କରିବା ନିମନ୍ତେ ଚାରିଗୋଟି ପଞ୍ଚାୟତ କାଳିଆପାଣି, ଚିଙ୍ଗୁଡ଼ିପାଳ, ରଁlସୋଳ ଓ କଅଁସ  ର ଏଗାର ଗୋଟି ଗ୍ରାମ ପାଇଁ ଏଗାରଟି ଗ୍ରାମସଭା ମଙ୍ଗଳ ବାର ଦିନ କାଳିଆପାଣି ପଞ୍ଚାୟତ ଓଡିଶା ଖଣି ନିଗମ ଟାଉନସିପ ଠାରେ ଥିବା କମ୍ୟୁନିଟି ସେଣ୍ଟର ପଡିଆରେ  ଅନୁଷ୍ଠିତ ହୋଇଯାଇଛି l  ଓଡିଶା ଖଣିନିଗମ କାଳିଆପାଣି ଖଣି ଅଞ୍ଚଳର ୧୫୬.୮୬୫ଏକର, କାଳରଙ୍ଗିଅତ୍ତା ଖଣି ପାଇଁ ୪୫୨.୬୦୦ ହେକ୍ଟର ଓ ଖଣି ନିଗମ ଅଧୀନ ସ୍କିଲ ଭେଲପମେଣ୍ଟ କନଷ୍ଟ୍ରକସନ ପାଇଁ ୦.୯୫୦ ହେକ୍ଟର ଜଙ୍ଗଲ କିସମ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଅଧିନିୟମ ୨୦୦୬ ଓ  ଶଂଶୋଧନ ନିୟମ ୨୦୧୨ ଅନୁଯାଇ ପଲ୍ଲୀ ସଭା ଓ ଗ୍ରାମସଭା କରାଯାଇଥିଲା l  ମଙ୍ଗଳ ବାର ଦିନ  ପୂର୍ବାହ୍ ଏଗାର  ଟାରେ ଆରମ୍ଭ ହୋଇଥିବା ବେଳେ ମାତ୍ର ତିନି ଘଣ୍ଟାରେ ଚାରି  ପଞ୍ଚାୟତର ଏଗାର ଗୋଟି ଗ୍ରାମ ସଭା ଶେଷ ହୋଇଥିବା ବେଳେ ଖାଲି ବ୍ୟାନର ବଦଳାଇ କୋଡିଏ ମିନିଟି ଭିତରେ ଗୋଟିଏ ଗୋଟିଏ ଗ୍ରାମ ସଭାକୁ ଶେଷ କରୁଥିବା ଦେଖିବାକୁ ମିଳିଥିଲା l ନିଜ ପାଞ୍ଚୟତ ପ୍ରସ୍ତାବିତ  ରାଜସ୍ବ ଗ୍ରାମରେ ଏକ ତୃତୀୟାଂଶ ଗ୍ରାମବାସୀଙ୍କ ଉପସ୍ଥାନ ଥିଲେ ଗ୍ରାମ ସଭା ହେଵା କଥା କିନ୍ତୁ ଏଠି ତାହା ଦେଖିବାକୁ ମିଳିନଥିଲା l କେବଳ କିଛି ଲୋକ କହିବା ପରେ ଅନ୍ୟ ମାନେ ହାତ ଟେକି ସମର୍ଥନ ଜଣାଇଥିଲେ l ଗ୍ରାମସଭା ସମ୍ପୂର୍ଣ ସଫଳ ହେଲା ବୋଲି ତରବରିଆ ଭାବେ ସରପଞ୍ଚ ସଭା ସାଙ୍ଗ ହେଲା ବୋଲି କହି ସଭା କାର୍ଯ୍ୟକୁ ବନ୍ଦ କରି ଅନ୍ୟ ବ୍ୟାନର  ଟାଣି ପୁଣି କାର୍ଯ୍ୟକ୍ରମ ଆରମ୍ଭ କରୁଥିଲେ l  ରଁlସୋଳ ଗ୍ରାମସଭାରେ ଆଜିର କାର୍ଯ୍ୟକ୍ରମକୁ ଶେଷ କରିଥିଲେ l ନିୟମକୁ ବେଖାତିରି କରି ପଞ୍ଚାୟତର କର୍ମଚାରୀ ମାନେ କିପରି ଗ୍ରାମସଭା କରିଲେ ତାହାକୁ ନେଇ ଏବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି l(ଉମାକାନ୍ତ ମହାପାତ୍ର ଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *