ବୁର୍ଲା:ଉଛେଦ ଅଞ୍ଚଳରେ ଚୋର ଓ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି,
ବୁର୍ଲା ରେ ରାସ୍ତା ପ୍ରଶସ୍ତିକରଣ ନାମରେ ବିନା ନୋଟିସରେ ବ୍ୟାପକ ଉଛେଦ ପ୍ରକ୍ରିୟା ଚାଲିଛି l ଯେଉଁ ଅଞ୍ଚଳରେ ଉଛେଦ ପ୍ରକ୍ରିୟା ସରିଛି ସେହି ଅଞ୍ଚଳରେ ବହୁତ ବାସିନ୍ଦା ନିଜର ବ୍ୟବହାର ଉପଯୋଗୀ ଜିନିଷ ବାହାରକୁ ନେବାକୁ ସୁଯୋଗ ପାଇ ନଥିଲେ l ଯେଉଁ କିଛି ବି ବାହାରକୁ ନେଲେ ସେମାନଙ୍କ ଜିନିଷ ପତ୍ର ରଖିବାର ଘର ନ ଥିବାରୁ ଖୋଲା ଆକାଶ ତଳେ ପଡି ରହିଛି l ବର୍ଷା ରେ ଭିଜୁଛି, ଏହାର୍ ସୁଯୋଗ ନେଇଛନ୍ତି ଚୋର ମାନେ l ଚୋର ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି l ଉଛେଦ ସମୟରେ ପ୍ରଶାସନ ଓ ପୋଲିସ୍ ଲୋକଙ୍କ କଥା କିମ୍ବା ଗୁହାରି ଶୁଣି ନ ଥିବାରୁ ଏବେ ଚୋରି ହେଲେ ବି ଥାନା କୁ ଯିବା କୁ କିମ୍ବା ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି l ସମସ୍ତଙ୍କ ଭିତରେ ବ୍ୟାପକ ଅସନ୍ତୋଷ ର ନିଆଁ କୁହୁଳୁଛି l ରାତିରେ ଓ ଦିନରେ ମାଳ ମାଳ ଚୋର ବୁଲୁଛନ୍ତି l ଜନଙ୍କ ଭଙ୍ଗା ଘର ଭିତରୁ ଓ ଅନ୍ୟ ଜିନିଷ ସବୁ ଚୋରି ଅଭିଯୋଗ ହୋଇଛି l ତାଳ ଦେଇ ମଶାଙ୍କ ପ୍ରାଦୁର୍ଭାବ ବଢିଛି l ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ନାଳ ର ଡ୍ରେନେଜ ସିଷ୍ଟମ୍ ଠିକ୍ ନାହିଁ l ମଇଳା ଜମି ପ୍ରଦୂଷିତ ହେଉଛି, ଯେହେତୁ ତାକୁ ଘୋଡାଇ ରଖାଯାଇଛି l ଆଗରୁ ବି ପ୍ରଦୂଷଣ ନିୟନ୍ତ୍ରଣ ତଥା ମସା ନିୟନ୍ତ୍ରଣ ସକାଶେ କୌଣସି ବ୍ୟବସ୍ଥା ନଥିଲା, ବର୍ତ୍ତମାନ ଅବସ୍ଥା ଅତ୍ଯନ୍ତ ଶୋଚନୀୟ ହୋଇପଡ଼ିଛି l ଉଛେଦ ଲୋକେ ଭୋକ ଉପାସରେ କାଳାତିପାତ କରୁଛନ୍ତି l ଦୁଃଖ ବୁଝିବାକୁ କେହି ନାହାନ୍ତି l