ଶ୍ରାବଣ ମାସରେ କାଉଡି ଭାର ଯାତ୍ରା*
ଜେନାପୁର,(ପି.ଏନ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଭକ୍ତଙ୍କ ମନସ୍କାମନା ପାଇଁ ଶ୍ରାବଣ ମାସରେ କାଉଡି ଭାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଦଇପୁର ବୋଲ୍ ବମ୍ ସଂଘ ତରଫରୁ ଶ୍ରାବଣ ମାସରେ କପିଳାସ ଶୈବପୀଠକୁ କାଉଡି ଭାର ନେଇ ୫୦ ରୁ ଉର୍ଦ୍ଦ୍ବ ସର୍ଦ୍ଧାଳୁ ପଦଯାତ୍ରା ମାଧ୍ୟମରେ ଯାଇଥାନ୍ତି । ସେହିପରି ପ୍ରଥମେ ଗ୍ରାମର ଧବଳେଶ୍ବର ପୀଠରେ ପୂଜା ପାଠ କରି ବ୍ରାହ୍ମଣୀ ନଦୀକୁ ଧାଡି ବାନ୍ଧି ଭୋଳା ବାବା ପାର୍ କରେଗା ସ୍ୱରରେ ରାସ୍ତା ଘାଟ ଭକ୍ତିମୟ ସୃଷ୍ଟି ହୋଇଥିଲା । ତାପରେ ନଦୀରେ ବୁଡ ଦେଇ ଗ୍ରାମର ପରିଭ୍ରମଣ କରିସାରିବା ପରେ ମନ୍ଦିରରେ ଭୋଜନ କରି ବାହାରି ଯାଆନ୍ତି ପଦଯାତ୍ରା ମାଧ୍ୟମରେ କାଉଡିଭାର ଧରି ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ । ବାଟରେ ମନ୍ଦାର ଠାରେ କିଛି ସମୟ ବିଶ୍ରାମ ନେଇ ବାହାରି ପଡନ୍ତି ପୁଣି ରାତ୍ରିର ଯାପନ ପାଇଁ ରାମଚନ୍ଦ୍ରପୁର ବିଦ୍ୟାଳୟରେ ବିଶ୍ରାମ ନେଇ ଭୋରୁ ଭୋରୁ ବାହାରି କପିଳାସ ଶୈବପୀଠରେ ପହଞ୍ଚି ପାଣି ଢାଳି ନିଜର ମାନସିକ ପୂରଣ କରିଥାନ୍ତି । ତାପରେ ଭୋଗ କିଣି ପୂଜାଅର୍ଚ୍ଚନ୍ନା କରି ଗ୍ରାମର ଟ୍ରକ୍ ଯାଇଥିବା ସ୍ଥାନକୁ ଫେରିଆସି ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।