ରାଜ୍ୟ

ଗଜପତି ଜିଲ୍ଲାରେ ଆଧ୍ୟାତ୍ମିକ ପରିକ୍ରମା

କୁକୁଡାଖଣ୍ଡି ( ଇପିଲି ପୂର୍ଣ୍ଣଚନ୍ଦ୍ର) ପାରଳାଖେମୁଣ୍ଡି ଗୁରୁଦେବଙ୍କ ଅପାର କୃପାରୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି ଓ କରଡାସିଂ ଶାଖାର ସମ୍ପାଦକ ରାଜକିଶୋର ଚୌଧୁରୀଙ୍କ ଆହ୍ୱାନ କ୍ରମେ ଦିବ୍ୟ ଜୀବନ ସଙ୍ଘ ବଢିଆଉସ୍ତା ଶାଖାର ସଭାପତି ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ବାଣୀକୁ ଶାସ୍ତ୍ର କୈନ୍ଦ୍ରିକ କରି ଉପସ୍ଥାପନ କରିଥିଲେ।ତା ୧୯/୦୮/୨୦୨୩ ରୁ ୨୨/୦୮/୨୩ରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି, ରାୟଗଡ,ଜିରାଙ୍ଗ,ଗୁଣୁପୁର, ଖୁରିଗ୍ରାମ,ରାଜପୁର,ପଦ୍ମପୁର ଶାଖା ଗୁଡିକ ପରିଭ୍ରମଣ କରି ପ୍ରକୃତ ଆଧ୍ୟାତ୍ମିକ ଜ୍ଞାନ ହିଁ ବିଶୃଙ୍ଖଳିତ ସମାଜକୁ ଉତ୍ତମ ଗାଣତାନ୍ତ୍ରିକ ରାଷ୍ଟ୍ର ଗଠନର ଜାତୀୟ ସ୍ରୋତକୁ ଆଣିପାରିବ ବୋଲି ସ୍ୱାମୀଜୀ ମହାରାଜ କହିଥିଲେ।କାର୍ଯ୍ୟକ୍ରମରେ ସ୍ୱାମୀଜୀଙ୍କ ସହଯୋଗୀ ପ୍ରସିଦ୍ଧ ଗାୟକ ମନୋଜ ପୋଲାଇ ଶ୍ରୁତିମଧୁର ଭଜନ ମାଧ୍ୟମରେ ସଭାମଣ୍ଡନ କରିଥିବା ବେଳେ ପ୍ରଶାନ୍ତ ବିଶୋଇ,ମହନ୍ତ ମହାରାଜ ପୂର୍ଣ୍ଣରୂପେ ସହଯୋଗ କରିଥିଲେ।କାଶୀ ନଗର ଜିଲ୍ଲା ପରିଷଦ ସଭ୍ୟ ଓ ସ୍ଥାନୀୟ ସରପଞ୍ଚ ଏହି ଭଳି ବାରମ୍ବାର ଆସି ଜନମାନସରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବାକୁ ସ୍ୱାମୀଜୀଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *