ରାଜ୍ୟ

ପାପଡାହାଣ୍ଡି ସହିଦ ମିନାରରେ ସହିଦ ସ୍ମୃତି ଦିବସ ପାଳିତ

ସହିଦ ପରିବାରକୁ ଉପଢୌକନ ପ୍ରଦାନନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସହିଦ ମିନାର ଠାରେ ସହିଦ ସ୍ମୃତି ଦିବସ ପାଳନ କରାଯାଇଛି ।୧୯୪୨ ଅଗଷ୍ଟ ୨୪ରେ ଦେଶ ପାଇଁ ବଳିଦାନ ଦେଇଥିବା ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମି ଉଦ୍ଦେଶ୍ୟରେ ଏହା ପାଳିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ପାପଡାହାଣ୍ଡି ମାଟିକୁ ଗୌରବ ର ମାଟି ବୋଲି କହିବା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ନବରଙ୍ଗପୁରରୁ ଆସିଥବା ମଶାଲକୁ ବ୍ଲକ ପ୍ରଶାସନ ଓ ନେତୃ ମଣ୍ଡଳୀ ତରଫରୁ ବସଷ୍ଟାଣ୍ଡ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏକ ଶୋଭାଯାତ୍ରାରେ ଶହୀଦ ମିନାରକୁ ନିଆଯାଇଥିଲା | ସେଠାରେ ଅବତରଣ ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା | ଟୁରୀ ନଦୀରେ ତିଳ ତର୍ପଣ ପରେ ପୋଲିସ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା | ଏମପି ରମେଶ ଚନ୍ଦ୍ର ମାଝୀ ଆଜିର ଦିବସ ଏକ ଗୁରୁତ୍ୱ ପୁର୍ଣ ଦିବସ ବୋଲି କହିବା ସହ ପୂର୍ଵ ପୁରୁଷ ଦେଶ ସ୍ୱାଧୀନ ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତାହାର ମୁକ ସାକ୍ଷୀ ଶହୀଦ ସ୍ତମ୍ଭ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଭାପତି ଜିଲାପାଳ ଡ ଅଜିତ କୁମାର ମିଶ୍ର ଯୋଗଦେଇ ପାପଡାହାଣ୍ଡି ସହିଦ ସ୍ମୃତି କମିଟି ଠିକ ଭାବରେ କାର୍ଯ୍ୟ କଲେ ବିଭିନ୍ନ ଦାବି ଉପସ୍ଥାପନା ହେବା ସହ ଶହୀଦ ମିନାରରୁ ଉନ୍ନତିକରଣରେ ସହାୟକ ହେବ ବୋଲି କହିଥିଲେ । ଡାବୁଗାଁ ବିଧାୟକ ମନହର ରନ୍ଧାରୀ ଉପସ୍ଥିତ ଥାଇ ସରକାର ଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ କହିଥିଲେ । ରାଜ୍ୟର ଭୁବନେଶ୍ୱର ଠାରେ ମଧ୍ୟ ସହିଦ ମାନଙ୍କ ଉଦ୍ଦେଶ୍ୟରେ ସହିଦ ଦିବସ ପାଳିତ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ପ୍ରଦୀପ ମାଝୀ କହିଥିଲେ । ରାଜ୍ୟ ଶହୀଦ ସ୍ମୃତି କମିଟିର ସଭାପତି ମନରଞ୍ଜନ ତ୍ରିପାଠୀ ଏହା ଏକ ରକ୍ତ ରଂଜିତ ମାଟି ବୋଲି କହିବା ସହ ଇତିହାସ ଓ ଦାୟାଦ ଯେତେଦିନ ପର୍ଯ୍ୟନ୍ତ ଥିବେ ଏ ଶହୀଦ ଦିବସ ପାଳନ ହୋଇ ଆସୁଥିବ ବୋଲି କହିଥିଲେ | ଦାୟାଦ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ମାଘର ଅଧକ୍ଷା କାଦମ୍ବିନି ତ୍ରିପାଠୀ, ବିଡ଼ିଓ ଦିବାକର ବାଗ ପ୍ରମୁଖ ଉପସ୍ଥିତ ଥିଲେ | ମଞ୍ଚ ପରିଚାଳନା ଡିଆଇପିଆରଓ ହଳଧର ନିଆଲ କରିଥିଲେ |ଶେଷରେ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *