5ଟି ସଚିବ ଙ୍କ ଗ୍ରସ୍ତ କୁ ନେଇ କୁକୁଡାଖଣ୍ଡି ଡ଼ାକବଙ୍ଗଳା ଠାରେ ଜନପ୍ରତିନିଧି ମାନଙ୍କ ପ୍ରସ୍ତୁତି ବୈଠକ l
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର)କୁକୁଡାଖଣ୍ଡି ଜଳସେଚନ ଡାକ ବଙ୍ଗଳା ଠାରେ ଆଜି ବିଜେଡି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆସନ୍ତା ୨୫ ତାରିଖରୁ ୨୭ ତାରିଖ ସଚିବ ଙ୍କ ଗ୍ରସ୍ତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ବା 5ଟି ସଚିବ ଭି. କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ୩ ଦିନିୟା ଗ୍ରସ୍ତ ଥିବା ବେଳେ ୨୭ ତାରିଖ ଦିଗପହଣ୍ଡି ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ପଂଚାୟତ ର ଅବ୍ୟବସ୍ଥା ଥିବା ଗ୍ରାମ କୁ ବ୍ୟବସ୍ଥା କରି କିପରି ବିକାଶ ମୂଳକ ଦିଗରେ କାର୍ଯ୍ୟ ସମାପନ ହେବ ଏହି ବିଷୟ କୁ ନେଇ ସମସ୍ତ ସରପଞ୍ଚ ସମିତି ସଭ୍ୟ ଙ୍କୁ ନେଇ ଆଲୋଚନା କରି ବିକାଶ କାର୍ଯ୍ୟ କୁ ଅଗ୍ରଗତି ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ସମସ୍ତ ସରପଞ୍ଚ ଦାବିପତ୍ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଙ୍କୁ ସଚିବ ଙ୍କ ଜରିଆରେ ହସ୍ତାନ୍ତର ନିମନ୍ତେ ବିପ୍ଳବ ପାତ୍ର ଙ୍କୁ ଦାବିପତ୍ର ଦେଇଥିଲେ l ଏହା ସହ ଦିଗପହଣ୍ଡି ଖେମୁଣ୍ଡି କଲେଜ ଠାରେ ହେବା କୁ ଥିବା ଏକ ସଭା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି ଏହି କାର୍ଯ୍ୟକ୍ରମ ରେ ଜନଗହଳି କିପରି ସୃଷ୍ଟି ହେବା ନେଇ ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଏସଏଚଜି ମହିଳା ମାନଙ୍କ ଜରିଆରେ ପ୍ରତି ପଞ୍ଚାୟତ ରେ ଅଧିକ ରୁ ଅଧିକ ମହିଳାଙ୍କୁ ସଂଘଠିତ କରି ସଭା ସ୍ଥଳ ରେ ଚହଳ ସୃଷ୍ଟି ଲକ୍ଷ ଧାର୍ଯ୍ୟ ଥିବା କୁହାଯାଇଛି l ପ୍ରତି ପଂଚାୟତ ମାନଙ୍କ ରେ ବସ ମାଧ୍ୟମରେ ମହିଳା ଓ ପୁରୁଷ ଲୋକ ଙ୍କୁ କିପରି ସୁରକ୍ଷିତ ଭାବେ ସଭା ସ୍ଥଳ କୁ ପହଂଚିବେ ତାହା ଉପରେ ଆଲୋଚନା ସୃଷ୍ଟି ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଅଧକ୍ଷା ବିଷ୍ନୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ ନାଥ ବେହେରା,ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, କୈଳାଶ ବିଷୟୀଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ l