ରାଜ୍ୟ

ମଦନପୁର କଲେଜ ୪୩ତମ ପ୍ରତିଷ୍ଠା ଦିବସ-

ଶିକ୍ଷା ହେଉଛି ବିକାଶ ଓ ପରିବର୍ତନର ମାର୍ଗଦର୍ଶକ ପଟ୍ଟାମୁଣ୍ଡାଇ ତା ୨୪.୮-ଶିକ୍ଷା ହେଉଛି ବିକାଶ ଓ ସାମାଜିକ ପରିବର୍ତନର ମାର୍ଗଦର୍ଶକ ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁ କେ ମହାବୀର କଲେଜର ୪୩ତମ ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ସ୍ବର୍ଗତ ବୈକୁଣ୍ଠ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ  ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି I କଲେଜ ଅଧକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇ ବିଧାୟକ ଶ୍ରୀସାହୁ କହିଲେ ଯେ ଉତ୍ତମ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜୀବନକୁ ଗଢିବା ସହିତ ଅଂଚଳର ବିକାଶ ଓ ସାମାଜିକ ପରିବର୍ତନ ଆଣିବାରେ ସହାୟକ ହୋଇଥାଏ I  ଗୁଣାତ୍ମକ ଶିକ୍ଷାର ପ୍ରସାର ଦିଗରେ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ଦେବା ସହିତ ଭିତ୍ତିଭୂମି ବିକାଶ ପାଇଁ ବିଧାୟକ ପାଣ୍ଠି  ଅନୁଦାନ ଓ ୫ଟି ରୂପାନ୍ତରକରଣରେ କଲେଜ ପାଇଥିବା  ୧କୋଟି ଟଙ୍କା ସରକାରୀ ଅନୁଦାନର ସଦବିନିଯୋଗ କରି କଲେଜ ବିକାଶକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ I ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ୟୁ କେ ମହାବୀର କଲେଜ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ଗ୍ରହଣ କରି ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବା ସହିତ ପ୍ରତିଷ୍ଠାତାମାନଙ୍କ ସ୍ବପ୍ନ କୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ I ଏହି ଉତ୍ସବରେ ପ୍ରାକ୍ତନ ବ୍ଲକ ଅଧକ୍ଷ ତଥା କଲେଜ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ବଳରାମ ସିଂହ,ସମାଜସେବୀ ଶିବ ପ୍ରସାଦ ସାମନ୍ତରାୟ, ରମେଶ ଚନ୍ଦ୍ର ରାଉତରାୟ,ରବୀନ୍ଦ୍ର ପାତ୍ର, ସର୍ବେଶ୍ୱର ମହାନ୍ତି ଓ ଅନ୍ତର୍ଯ୍ୟାମୀ ପରିଡା,ସୁଦର୍ଶନ ଭୂୟାଁ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ କଲେଜର ଇତିହାସ ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ I ଏଇ ଅବସରରେ ବିଧାୟକ ଓ ବ୍ଲକ ଅଧକ୍ଷ କଲେଜ ପ୍ରତିଷ୍ଠାତା ସ୍ବର୍ଗତ ବୈକୁଣ୍ଠ ପ୍ରଧାନ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ I ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ ମହାପାତ୍ର ସ୍ୱାଗତଭାଷଣ,ଇତିହାସ ବିଭାଗ ମୁଖ୍ୟଅଧ୍ୟାପକ ଅରୁଣ କୁମାର ଦାସ ଅତିଥିପରିଚୟ ପ୍ରଦାନ କରିଥିଲେ I ଶେଷରେ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଧନ୍ୟବାଦ ଦେଇଥିଲେ I

Leave a Reply

Your email address will not be published. Required fields are marked *