ରାଜ୍ୟ

ଡିଜିଟାଲ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର ଅନୁଷ୍ଠିତ 

ନୂଆପଡ଼ା:(ପର୍ଯ୍ୟବେକ୍ଷକ)ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ପଞ୍ଚାୟତ ବଂଜାରୀ ଜ଼ିଲ୍ଲା ସ୍ୱତନ୍ତ୍ର ଦୁଷ୍ଟିହୀନ ମୁକ ବଧିର ବିଦ୍ୟାଳୟରେ ଡିଜିଟାଲ ଶ୍ରବଣ ଯନ୍ତ୍ର ବଣ୍ଟନ 

ଶିବିର ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ସାମାଜିକ ସୁରକ୍ଷ୍l ସଶକ୍ତି କରଣ ଅଧିକାରୀ ନାରାୟଣ ବେହେରାଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରବଣ ଶକ୍ତି ବିଶେଷଜ୍ଞ ଭୁବନେଶ୍ୱର ବାଦଳ ପଟ୍ଟନାୟକ ଯୋଗଦେଇ ଜ଼ିଲ୍ଲା ସ୍ୱତନ୍ତ୍ର ବିଦ୍ୟାଳୟ ବଞ୍ଜରୀ ଓ ଅଞ୍ଚଳର ମୋଟା 50 ଜଣଙ୍କ ଶ୍ରବଣ ପରୀକ୍ଷl 

କରି ବିଦ୍ୟାଳୟର 25ଜଣ ଛାତ୍ରଛାତ୍ରୀ ଓ ଅଞ୍ଚଳର 5ଜଣକୁ ଶ୍ରବଣ ଯନ୍ତ ମାଗଣାରେ ପ୍ରଦାନ କରିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୁଣିବାରେ ଅସୁବିଧା ହେଉଥିଲେ l କାନ ପରୀକ୍ଷା କରି ମାଗଣାରେ ଶ୍ରବଣ ଯନ୍ତ ପ୍ରଦାନ କରାଯାଇଥିବାରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି l 

ପ୍ରତିବର୍ଷ ଆଖି, କାନ ଓ ନାକ ପରୀକ୍ଷା କରି ଏପରି ସୁବିଧା ଯୋଗାଇ ଦିଆଗଲେ ବିଦ୍ୟାଳୟ  ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳର ଲୋକ ଉପକୃତ ହୋଇ ସୁବିଧା ପାଇ ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି l ବଂଜାରୀ ଅକ୍ଷମ ସେବା କେନ୍ଦ୍ର ସମ୍ପାଦକ ଅଶୋକ ପାଣିଗ୍ରାହୀ ପରିଚାଳନା, କରିଥିବାବେଳେ ରୋଶନି ସାହୁ, ସିଵାରୀନି ସାଗର, ବିଜୟ ଲକ୍ଷ୍ମୀ ଷଣ୍ଢ, ରାଜ କୁମାର ପଟେଲ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *