ଖେଳ

ଜକୈକଳା ଶବର ସାହି ରାସ୍ତା ଶୋଚନୀୟ ।

ସ୍ଥାୟୀ ପ୍ରତିକାର ପାଇଁ ଦାବି ।

ବଣେଇଁ:୨୪/୮(ପି.ଏନ୍)

ବଣେଇ ବ୍ଲକ ଅନ୍ତର୍ଗତ ଜକେଇକଳା ପଞ୍ଚାୟତ  ଶବର ସାହି ରାସ୍ତା ଅତି ଶୋଚନୀୟ ,  ସ୍ଥାୟୀ ପ୍ରତିକାର ପାଇଁ ଦାବି ।

  ସୂଚନାରୁ ପ୍ରକାଶ ଯେ , ଦୀର୍ଘ ୧୨ ବର୍ଷ ପୂର୍ବେ ଜକେଇକଳା ଶବର ସାହି  ମାଟି ରାସ୍ତା ଟି  ସରକାରଙ୍କ ପକ୍କା ରାସ୍ତା ଯୋଜନାରେ ପଞ୍ଚାୟତ ପକ୍ଷରୁ ରାସ୍ତାଟିକୁ କଂକ୍ରିଟ ରାସ୍ତା କରା ଯାଇଥିଲା । କିନ୍ତୁ ତ୍ରୁଟି ପୂର୍ଣ୍ଣ ନିର୍ମାଣ ଯୋଗୁ  ରାସ୍ତାର ଦୁଇ ପାର୍ଶ୍ଵରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରି ନ ଥିବା ଏବଂ  ରାସ୍ତା ଟି ଘର ଥିବା ଉଚ୍ଚତା ଅନୁସାରେ ନିମ୍ନ ରେ ତିଆରି  ହୋଇଥିବା ଯୋଗୁଁ  ସେହି ରାସ୍ତା ଉପରେ  ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହି ଥାଏ । ଫଳରେ ରାସ୍ତା ଉପରେ କାଦୁଅ ଜମି ରହି ବର୍ଷା ଦିନେ ପାଣି ନିଷ୍କାସିତ ହୋଇ ନପାରି ଲୋକଙ୍କ ଘରେ ପାଣି ପଶି ଯାଉଅଛି ।  ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶବର ସାହିରେ ବସବାସ କରୁଥିବା ୫୦ ରୁ ୬୦ ପରିବାର ସେହି ରାସ୍ତା ଉପରେ ନିର୍ଭର କରି ଦୈନଦିନ ଯାତାୟତ କରିଥାନ୍ତି ।  ରାସ୍ତାରେ ଅଧିକ ଦିନ ପାଣି ଜମି ରହିବା ଫଳରେ ପାଣି ରାସ୍ତା ଟି ସଂପୂର୍ଣ୍ଣ କାଦୁଅ ହେବା ସହିତ ଦୁର୍ଗନ୍ଧ ହେଇ  ମଶା ମାଛିଙ୍କ ଆଡା ସ୍ଥଳ ପାଲଟିଛି । ସେହି କାଦୁଅ ପାଣି ରାସ୍ତା ଦେଇ ଯିବା ଆସିବା କରୁଥିବା ସ୍କୁଲ  ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଙ୍କ ଗୋଡ଼ରେ  କୁଣ୍ଡିଆ ରୋଗ ହେଉଥିବା ଅଭିଯୋଗ ହେଉଛି । ଏନେଇ  ଅନେକ ଥର ସରପଞ୍ଚ ଙ୍କୁ ଅଭିଯୋଗ କରିଥିବା ବେଳେ ଏହାର  ସ୍ଥାୟୀ ପ୍ରତିକାର ମିଳି ନଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଯଥା ଶୀଘ୍ର ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ ସହ ରାସ୍ତାକୁ ଉଚ୍ଚା କରିବା ପାଇଁ ବସ୍ତି ବାସିନ୍ଦା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *