ରାଜ୍ୟ

ଭାସ୍କର ସ୍ପଞ୍ଜ କାରଖାନାରେ ଅବହେଳା ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା ।

  ଜଣେ ଯୁବକ ବିଦ୍ୟୁତ୍ ସ୍ପର୍ଶରେ ଆସି  ଗୁରୁତର ।

ବଣେଇ: ୨୪/୮(ପି.ଏନ୍)

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ତୁମକଳା‍ ଗ୍ରାମ ସ୍ଥିତ  ଭାସ୍କର ସ୍ପଞ୍ଜ କାରଖାନାରେ କାରଖାନା କର୍ତୃପକ୍ଷ ଙ୍କ ଅଣଦେଖା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକ ମୃତ୍ୟୁ ବରଣ କରିବା ସହିତ ଗୁରୁତର ହେଉଥିବା ଦେଖା ଯାଉଛି। 

ସୂଚନାରୁ ପ୍ରକାଶ ଯେ , ଲହୁଣୀପଡ଼ା ଥାନା ଅନ୍ତର୍ଗତ ତୁମକଳା ଗ୍ରାମ ସ୍ଥିତ ଭାସ୍କର ପ୍ଲାଣ୍ଟ ର ପ୍ରୋଜେକ୍ଟ ବିଭାଗରେ କାର୍ଯ୍ୟରତ ଥିବା ବିହାର ରାଜ୍ୟର  ଜଣେ ଯୁବକ ଆଜି ସକାଳେ ଶୌଚ ହେବା ପାଇଁ ଡମ୍ପିଂୟାର୍ଡ ନିକଟକୁ ଯାଇଥିବା ବେଳେ ନିକଟରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି  ଗୁରୁତର ହୋଇ ପଡ଼ିଥିଲେ।  ଫଳରେ କାରଖାନା ରେ କାର୍ଯ୍ୟରତ ଅନ୍ୟ ଲୋକଙ୍କ ଦ୍ଵାରା ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଦେହର ୮୦ ପ୍ରତିଶତ ଭାଗ ଜଳି ଯାଇ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସୂଚନା ଥାଉକି ବିଗତ କିଛି ବର୍ଷ ହେଲା ଭାସ୍କର କାରଖାନାରେ ଅନେକ କାର୍ଯ୍ୟରତ କର୍ମଚାରୀ ଦୁର୍ଘଟଣାର ଶିକାର ହେଇ ମୃତ୍ୟୁ ବରଣ କରିବା ସହିତ ଗୁରୁତର ଅବସ୍ଥାରେ  ଆହତ ହେଇଥିବା ଜଣା ପଡିଛି। ଏହି  ଦୁର୍ଘଟଣା ଘଟିବା ର  ଏକ ବର୍ଷ ପୂର୍ବେ ସେହି ସ୍ଥାନରେ ସେହି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳା ମୃତ୍ୟୁ ବରଣ କରିଥିଲେ। ତେବେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଙ୍କ ଏଭଳି ବେଖାତିର ଅଣଦେଖା ମନୋଭାବ  ଯୋଗୁଁ ଅନେକ ଗରୀବ ନିରୀହ ଶ୍ରମିକ ମାନେ ନିଜ ଜୀବନ ହରାଇ ଥିବା ସହିତ ଅନେକ ପଙ୍ଗୁ ହେଉଥିବା ଜଣା ପଡିଛି। ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ କାରଖାନା କର୍ତୃପକ୍ଷ ଙ୍କ ସହିତ ଆଲୋଚନା କରି ତୁରନ୍ତ ଉଚିତ୍ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *