ରାଜ୍ୟ

ଗୋଟେ ପରେ ଗୋଟେ ମୁଣ୍ଡ ନେଉଛି ଗୋଠଛଡା ଦନ୍ତା 

ଅନୁଗୋଳ ଜିଲ୍ଲାରେ ହାତୀର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି l ଗୋଟେ ପରେ ଗୋଟେ ମୁଣ୍ଡ ଗଡିଲେ ମଧ୍ୟ ବନ ବିଭାଗର ଚେତା ପଶୁନି l ଅନୁଗୁଳ ବନ ବିଭାଗ ହାତୀଙ୍କୁ ଘଉଡେଇବାରେ ସମ୍ପୂର୍ଣ୍ଣ ବିଫଳ l ଯାହା ଫଳରେ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ବନ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଆଜି ମଧ୍ୟ ଏପରି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମୁରିସିଂହା ପଞ୍ଚାୟତ ପାତେଳୀ ଗ୍ରାମରେ l ପାତେଳୀ ଗ୍ରାମର ଜଣେ ମହିଳା  ଝିଲୀ ମାଝୀ(୩୮) ଓ ଜଣେ ବୃଦ୍ଧ ଶଙ୍କର ବିଶ୍ଵାଳ(62) ନାଳକୁ ଶୌଚ ହେବା ପାଇଁ ଯାଇଥିବା ବେଳେ  ଗୋଠଛଡା ଦନ୍ତା ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି l ଉଭୟଙ୍କ ମୃତ୍ୟୁକୁ ନେଇ ପାତେଳୀ ଗ୍ରାମବାସୀ ଉତ୍ୟକ୍ତ ହୋଇ ବନ୍ତଳା – ଅନୁଗୋଳ ରାସ୍ତାକୁ ଅବରୋଧ କରିଥିଲେ l ଘଟଣା ସ୍ଥଳରେ ସଦର ଥାନା ପହଞ୍ଚି ଏବଂ ଏ ସି ଏଫ୍ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ଶୁଝା କରିଥିଲେ ।ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଏବଂ ୨୦ଲକ୍ଷ୍ୟ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଥିଲେ l ବନ ବିଭାଗ ପକ୍ଷରୁ ପରିବାର ପିଛା ଜଣଙ୍କୁ ୱାଚର୍ ଭାବେ ନିଯୁକ୍ତି ଏବଂ ସରକାରୀ ସହାୟତା ୬ଲକ୍ଷ ଟଙ୍କା ସହିତ ଅନ୍ୟାନ୍ୟ ପାଣ୍ଠିରୁ ୫୦ ହଜାର ଟଙ୍କା ଦେବେ ବୋଲି ବୋଲି ପ୍ରତିଶୃତି ଦେବାରୁ ରାସ୍ତାରୋକ ହଟିଥିଲା।ସେହିପରି  ବନ୍ତଳା ଥାନା ଅନ୍ତର୍ଗତ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକଙ୍କୁ ହାତୀ ଆକ୍ରମଣ କରିଥିଲା କିନ୍ତୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି।

Leave a Reply

Your email address will not be published. Required fields are marked *