ରାଜ୍ୟ

ଫ୍ଲାଇଓଭର୍ ଉପରୁ ଖସି ଶ୍ରମିକ ଆହତ

ଯୋଡା-,୨୫/୦୮()କେନ୍ଦୁଝର ଜିଲ୍ଲା ଯୋଡା ସହର ର ବସ ଷ୍ଟାଣ୍ଡ ନିକଟରେ ଶୁକ୍ରବାର ସକାଳ ସମୟରେ  ନିର୍ମାଣାଧୀନ  ଫ୍ଲାଇଓଭର୍ ରୁ  ଜଣେ ଶ୍ରମିକ ଫ୍ଲାଇଓଭର୍ ବ୍ରିଜ ରେ କାର୍ଯ୍ୟ କରୁଥିବା ବେଳେ  ତଳକୁ ଖସି ଆହତ ହୋଇ ଥିବା ଖବର ହସ୍ତଗତ ହୋଇଛି ।ଶ୍ରମିକ ଙ୍କ ନାମ ଶରାବ ଆନସାରୀ (୨୪), ଘର ଝାଡ଼ଖଣ୍ଡ ରାଜ୍ଯ ପଶ୍ଚିମ ବୋକାରୋ ବୋଲି ଜଣାପଡ଼ିଛି ।  ଖବର ନେବାରୁ ଜଣାପଡିଛି ଯେ,ଶ୍ରମିକଜଣକ  ସିଡ଼ି ମାଧ୍ୟମ ରେ ତଳକୁ ଓହ୍ଲାଇ ଆସୁ ଥିବା ବେଳେ ପାଦ ଖସି ଯାଇ ତଳକୁ ଖସି ପଡିଥିଲା, । ସେ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ସୁଦ୍ଧା ତାଙ୍କର ଦୁଇ ଗୋଡ ରେ  ଆଘାତ ହୋଇଥିବା ବେଳେ ଅଣ୍ଟା ରେ ପ୍ରବଳ ମାଡ ହୋଇଥିବା ଜଣାପଡିଛି । ତେବେ ସକାଳ ସମୟରୁ ଝିପିଝିପି ବର୍ଷା ହେଉଥିବା ବେଳେ ସିଡି ରୁ ପାଦ ଖସି ଯାଇଥିଲା ବୋଲି ଆହତ ଶରାବ ଅ।ନସାରୀ କହିଛନ୍ତି ।ଆହତ ଶ୍ରମିକ ଫ୍ଲାଏ ଓଭର କାର୍ଯ୍ୟକରି  ସିଡି ରୁ ତଳକୁ ଓହ୍ଲାଇବା ବେଳେ ସେଫ୍ଟୀ ବେଲଟ୍ ବାନ୍ଧି ନ  ଥିଲେ ।ଏଣୁ ଏହି ଦୁର୍ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚ। ହୋଇଛି ।ଶ୍ରମିକ ଙ୍କୁ  ସୁରକ୍ଷା ସରଞ୍ଜାମ ଯୋଗାଇବା,କାର୍ଯ୍ୟ କଲାବେଳେ ଶ୍ରମିକଙ୍କ ସୁରକ୍ଷା ସରଞ୍ଜାମ ପିନ୍ଧିବା ଉପରେ ଧ୍ୟାନ ଦେବା,ତଥା ସୁରକ୍ଷା  ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା  ଠିକା ସଂସ୍ଥାର ଦାୟିତ୍ଵ ଥିବା ବେଳେ  ଠିକା ସଂସ୍ଥା ଏଥିପ୍ରତି ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହୋଇଛି ।ଅତୀତରେ ଏହିଭଳି ଦୁର୍ଘଟଣା ବାରମ୍ବାର ହେଉଥିଲେ ହେଁ ସେଫ୍ଟି ବେଲ୍ଟ,ସେଫ୍ଟି ଜୋତା ,ହେଲମେଟ ପ୍ରଭୃତି ସୁରକ୍ଷା ସରଞ୍ଜାମ ନ ପିନ୍ଧି ପ୍ରାୟ ୬୦ଫୁଟ ଉପରେ ଶ୍ରମିକ ମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।ଆହତ ଶରାବ ଅନସାରୀ ଙ୍କୁ ଯୋଡା ସ୍ଥିତ ଟାଟା ଷ୍ଟିଲ ଡାକ୍ତର ଖାନ। ରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଚେଭରୋକସ୍ କମ୍ପାନୀ ମୁଖ୍ୟ ବିପୂଲ୍ ବାର।ଟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ଶ୍ରମିକଙ୍କ ସୁରକ୍ଷା ପ୍ରତି ସଂସ୍ଥା ପକ୍ଷରୁ ଗୁରୁତ୍ଵ ଦିଆ ଯାଉଛି ।ସମସ୍ତ ଶ୍ରମିକ ଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ଦିଆ ଯାଇଛି ।ଝିପିଝିପି ବର୍ଷା ସମୟରେ ଶ୍ରମିକ ଜଣକ ଉପରୁ ଓହ୍ଲାଇବା ବେଳେ ଅସାବଧାନତା କାରଣରୁ ଗୋଡ ଖସି ଯାଇ ତଳେ ପଡ଼ି ଯାଇଥିଲେ ।ତେବେ ତାଙ୍କର ଉପଯୁକ୍ତ  ଚିକିତ୍ସା କରାଯାଉଛି ।

,ଯୋଡା

Leave a Reply

Your email address will not be published. Required fields are marked *