ରାଜ୍ୟ

ଖୁଣ୍ଟା ହାଇସ୍କୁଲର ବାର୍ଷିକତ୍ସବ
ଶିକ୍ଷକଙ୍କ ବ୍ୟକ୍ତିତ୍ଵ ହିଁ ବିଦ୍ୟାର୍ଥୀଙ୍କ ପ୍ରଦର୍ଶକ ହୋଇଥାଏ ; ପ୍ରଫେସର ଶ୍ରୀ ତ୍ରୀପାଠି

ଖୁଣ୍ଟା –
ଖୁଣ୍ଟା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଇତି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗାୟତ୍ରୀ ସେଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୁପେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଶିକ୍ଷା ପରାମର୍ଶଦାତା ପ୍ରଫେସର ତୁଷାରକାନ୍ତୀ ତ୍ରୀପାଠି , ସ୍ୱତନ୍ତ୍ର ଅତିଥି ରୁପେ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମୀ ହାଁସଦାଃ, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟୀ ତଥା ମୋ ସ୍କୁଲ କମିଟୀର ସଭାପତି ଦେବରଞ୍ଜନ ବେହେରା , ଆଲୁମୁନୀ ପ୍ରଦୋଷ କୁମାର ଦାସ, ନାଏବ ସରପଞ୍ଚ ଅବଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶିକ୍ଷା ପରିଷଦର ପରାମର୍ଶଦାତା ପ୍ରଫେସର ଶ୍ରୀ ତ୍ରୀପାଠି, ଲକ୍ଷ୍ୟ ହିଁ ସଫଳତା ଆଣିଦିଏ ଏବଂ ଉତ୍ତମ ଶିକ୍ଷା ଗ୍ରହଣ ଉପରେ ଛାତ୍ରଛାତ୍ରୀଙ୍କୁ ସୁଚାଇ ଥିଲେ । ଏବଂ ଶିକ୍ଷକଙ୍କ ଆଦର୍ଶ ଓ ବ୍ୟକ୍ତିତ୍ଵର ପ୍ରଭାବ ହିଁ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରାଇଥାଏ ବୋଲି କହିବା ସହ ଶିକ୍ଷକମାନେ ନିଜ ନିଜକୁ ଆଦର୍ଶବାନ ଶିକ୍ଷକ ରୁପେ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ମନକୁ ବୁଝି ପାରୁଥିବା ଶିକ୍ଷକ ହିଁ ବିଦ୍ୟାର୍ଥୀଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିପାରିଥାଏ ବୋଲି ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସୁଚାଇ ଥିଲେ ।
ଏହି ଅବସରରେ ପ୍ରଧାନ ଶିକ୍ଷକ ଗାୟତ୍ରୀ ସେଠୀ ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟ ସଫଳତା ଓ ସମସ୍ୟା ସଂମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟରେ ୬ଷ୍ଠ ରୁ ୧୦ ମ ଶ୍ରେଣୀରେ ମୋଟ ୭୦୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଗୋଟି ଶ୍ରେଣୀ ଗୃହ ଥିବା ଓ ସେ ମଧ୍ଯରୁ ୬ ଗୋଟି ଅସୁରକ୍ଷିତ ଥିବା ସୁଚାଇ ଥିଲେ । ଶ୍ରେଣୀଗୃହ ର ଅଭାବ ଏବଂ ଅନ୍ତବାସୀ ବିଦ୍ୟାର୍ଥୀଙ୍କ ନିମନ୍ତେ ଡାଇନିଂହଲ ନଥିବା ଯୋଗୁଁ ଖଲା ଆକାଶ ତଳେ ବସି ପିଲାମାନେ ଖାଦ୍ୟ ଖାଉଥିବା ଆଦି ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହିପରିପେକ୍ଷୀ ରେ ବିଗତ ମେଟ୍ରୀକ ପରିକ୍ଷାରେ ବିଦ୍ୟାଳୟରୁ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଅଦିତୀ ଦାସଙ୍କ ସମେତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ କୃତ୍ତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ଶିକ୍ଷକ ଧର୍ମେନ୍ଦ୍ର ପଣ୍ଡା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ପଦ୍ମିନୀ ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *