ରାଜ୍ୟ

୫ଟି ସଚିବ ଅଚାନକ ଗଜପତି ଗସ୍ତ
ପାରଳାଖେମୁଣ୍ଡି:

୫ଟି ସଚିବ ଭିକେପାଣ୍ଡିୟାନ୍ ନିଜର ଗଂଜାମ ଗସ୍ତ ସାରି ଭୂବନେଶ୍ୱର ଫେରିବା ପରିବର୍ତ୍ତେ ହଠାତ୍ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି। ଏହି ଅଚାନକ ଗସ୍ତ ସଂପର୍କରେ ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ ଅବଗତ ନଥିଲା।ପାରଳାଖେମୁଣ୍ଡି ପହଂଚିଲା ପରେ ସଚିବ ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟକୁ ଯାଇଥିଲେ। ସେଠାରେ ରୋଗୀ ମାନଂକ ସହ ମିଳୁଥିବା ସ୍ୱାସ୍ଥ୍ୟ ସେବା ସଂପର୍କରେ ପଚାରିଥିଲେ। ସେହି ସମୟରେ ଉପସ୍ଥିତ କର୍ମଚାରୀଂକ ସଂପର୍କରେ ଅବଗତ ହୋଇଥିଲେ। ଅନୁପସ୍ଥିତ ଥିବା କର୍ମଚାରୀମାନଙ୍କ ବିଷୟରେ ପଚାରିଥିଲେ। ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଅଧିକାରୀଂକୁ ପରିମଳ ବ୍ୟବସ୍ଥାରେ ସର୍ବଦା ସ୍ୱଚ୍ଛତା ରଖିବା ପାଇଁ ପରାମର୍ଶ ଦେଇଥିଲେ।କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ସେବାରେ ସେ ସନ୍ତୋଷ ବ୍ଯକ୍ତ କରଥିଲେ। ଏହାପରେ ପାରଳାଖେମୁଣ୍ଡି ଆଦର୍ଶ ପୋଲିସ ଥାନା ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ଅଭିେଯାଗକାରୀ ମାନଂକ ସହ ବାର୍ତ୍ତାଳାପ କରିଥିଲେ। ପୋଲିସର ବ୍ୟବହାର ସମ୍ପର୍କରେ ପଚାରିଥିଲେ। ୪ଟି ଅଭିଯୋଗ ପଂଜିକରଣ ହୋଇଥିବା ଅଭିଯୋଗକାରୀଂକ ସହ ବ୍ୟକ୍ତିଗତ କଥାବାର୍ତ୍ତା ହୋଇଥିଲେ। ପୋଲିସର ବ୍ୟବହାର ଓ ସଂପର୍କ ବିଷୟରେ ପଚାରିଥିଲେ।କେନ୍ଦ୍ର ପୋର୍ଟାଲ ମାଧ୍ୟମରେ ଅଭିଯୋଗ ତ୍ୱରାନ୍ୱିତ କରିବାପାଇଁ ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କର କର୍ତ୍ତବ୍ଯ ନିଷ୍ଠାକୁ ସାଧୁବାଦ୍ ଜଣାଇଥିଲେ ଏହିଭଳି ହଠାତ୍ ଗଜପତି ଗସ୍ତ ଯଦିଓ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି, ତଥାପି ସଚିବଂକ ପାଇଁ ଜିଲ୍ଲା ବାସୀଂକ ପ୍ରଶଂସା ଓ ଶୁଭେଚ୍ଛା ଚାରିଆଡ଼େ ଛୁଟୁଛି।

Leave a Reply

Your email address will not be published. Required fields are marked *