ପାଣ୍ଡିଆନ ଗସ୍ତକୁ ନେଇ ସଭାସ୍ଥଳ ଅନୁଧ୍ୟାନରେ ରାଜ୍ୟସଭା ସାଂସଦ ଓ ରାଜ୍ୟ ସାଧାରଣ ସଂପାଦକ
କୁକୁଡାଖଣ୍ଡି (ପର୍ଯ୍ୟବେକ୍ଷକ): ଗଞ୍ଜାମ କୁ ଆସୁଛନ୍ତି ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଜନ ହିତକାରୀ କାର୍ଯ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଅଗଷ୍ଟ ୨୭ ତଥା ରବିବାର ଦିନ ୫ – ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଦିଗପହଣ୍ଡି ଗସ୍ତ ପୂର୍ବରୁ ବ୍ଳକ ଓ ନଗର ବିଜୁ ପରିବାର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନ ସମୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଗପହଣ୍ଡି ଠାରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ବିପ୍ଳବ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ଉଭୟ ବିପୁଳ ସମର୍ଥନ ମଧ୍ଯରେ ହେଲିପ୍ଯାଡ ଏବଂ ସଭାସ୍ଥଳ ପରିଦର୍ଶନ କରି ପ୍ରସ୍ତୁତି କାର୍ଯ୍ୟ କିପରି ରହିଛି ତାହା ଅନୁଧ୍ୟାନ କରିଥିଲେ | ଏହି ପରିଦର୍ଶନ ସମୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ଉନ୍ନୟନ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ସାଂସଦ ପ୍ରତିନିଧୂ ନିରୂପମା ପଟ୍ଟନାୟକ। , ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁପ୍ରିୟା ପାତ୍ର, ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ, ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକସରପଞ୍ଚ ମନୋରଞ୍ଜନ ଗୌଡ, ଫନିନ୍ଦ୍ର ଚନ୍ଦ୍ର ଗୋସ୍ଵାମୀ, ରଞ୍ଜନ କୁମାର ସାହୁ, ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧି, ପ୍ରଶାନ୍ତ କୁମାର ପ୍ରଧାନ, ଚିତ୍ରସେନ ଗୌଡ , ରବିଚନ୍ଦ୍ର ଗୌଡ଼, ଶିଶିର ପ୍ରଧାନ, କାଉନସିଲର ନୀଳମାଧବ ଗୌଡ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ । ସେହିପରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେପ୍ଟ ସମେତ ବହୁ କର୍ମକର୍ତା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କୁ ଭେଟିଥିଲେ । ତେବେ ମଧାହ୍ନ ସମୟରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଡୀ ମଧ୍ଯ ସଭାସ୍ଥଳରେ ପହ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବା ନେଇ ସ୍ଥାନୀୟ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ଓ ତହସିଲଦାର ସିପକ କୁମାର ପାତ୍ରଙ୍କ ସହ ଅଲୋଚନା କରି ଫେରିଥିବା ଜଣାପଡିଛି ।