ରାଜ୍ୟ

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ପଞ୍ଚାୟତ ଘେରାଉ* 

ନୂଆପଡା: (ବିରବଲ ପ୍ରଧାନ)

 ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟ ବ୍ୟାପି ଆନ୍ଦୋଳନ ମୁତାବକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଗ୍ରାମପଂଚୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ପାଇଁ ହୋଇଥିବା ନିଷ୍ପତ୍ତି ମୁତାବକ ନୂଆପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି।ଆଜିଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ଗୋଡାଲ ଗ୍ରାମ ପଞ୍ଚାୟତ କୁ ଶତାଧିକ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ  ଘେରାଉ କରି ନିଜର ହକ୍ ଦାବୀ ହାସଲ ପାଇଁ ସାମିଲ ହୋଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା,ଭତ୍ତା ରୁ ବଂଚିତ ବୃଦ୍ଧ, ବୃଦ୍ଧା ଓ ବିଧବା ଙ୍କ ପାଇଁ ଭତ୍ତା ,ରାସନ କାର୍ଡ ପାଇ ନ ଥିବା ବ୍ୟକ୍ତି ଙ୍କୁ ତୁରନ୍ତ ପ୍ରଦାନ,ପଂଚାୟତ କୁ ପ୍ରଦତ୍ତ ଅର୍ଥ ଓ କ୍ଷମତା କୁ ହରଣଚାଲ ତଥା ହସ୍ତକ୍ଷେପ କରି ,ଦିଆଯାଇଥିବା ପଚାଶ ଲକ୍ଷ ଟଙ୍କା କୁ ବିନା ପଲ୍ଲୀ ଓ ଗ୍ରାମ ସଭା ରେ ଖର୍ଚ୍ଚ କରି ବିଜେଡି ଠିକାଦାର ପାଳନ ପାଇଁ ଷଡଯନ୍ତ୍ର ବିରୁଦ୍ଧରେ,୨୦୧୯ ଓ ୨୦୨୧ ର ବକେୟା କୃଷି ବୀମା ପ୍ରଦାନ,ଟାଟା କମ୍ପାନୀ ର ଦୌରାତ୍ମ୍ୟ ଚଢା ବିଦ୍ୟୁତ ବିଲ,ଅବହେଳିତ ନିର୍ମାଣ ଶ୍ରମିକ ଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ହାସଲ,ଶ୍ରମିକ ଙ୍କ ବକେୟା ମନରେଗା ପାଉଣା ପ୍ରଦାନ, ମନରେଗା କାମରେ ହେଇଥିବା  ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ,ପଂଚାୟତ ର ଅନ୍ୟାନ୍ୟ ପ୍ରମୁଖ ଦାବିରେ ଏହି ଘେରାଉ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ,ମଣ୍ଡଳ ସଭାପତି ମାର୍କଣ୍ଡ ଗହୀର,ପୂର୍ବତନ ମଣ୍ଡଳ ସଭାପତି ଡ଼ଃ ଅରିଗଞ୍ଜନ ଯୋଶୀ,ପ୍ରେମ ଲାଲ ନାଏକ,ରିଖୀରାଜ ନାଏକ,ରୋହନ ଯୋଶୀ,ଭୁବନେଶ୍ୱର ପଟେଲ,ନିଲାମ୍ବର କଶ୍ୟପ,ଧର୍ମେନ୍ଦ୍ର ପୁରୋହିତ,ଦିନ ବନ୍ଧୁ ନାଏକ,ଭୀଷ୍ମ ଧାକଡ଼ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଓ କାର୍ଯ୍ୟକର୍ତ୍ତା  ସାମିଲ ହୋଇ ଥିଲେ।ଠିକସେହିପରି ଚୁଲହାଭାଟ ପଂଚାୟତ ଘେରାଉ କାର୍ଯ୍ୟକ୍ରମ କୁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଗୋବର୍ଦ୍ଧନ ସାହୁ ସଞ୍ଚାଳନ କରିଥିବାବେଳେ ରାଜକୁମାର ମାଝୀ, ଦେଓସିଂ ମାଝୀ, ସୁକେଶ ସାହୁ,ଚୋଖାର୍ମ କେଉଟ ପ୍ରମୁଖ ଙ୍କ ସହିତ ଶତାଧିକ ଲୋକ ସାମିଲ ହୋଇଥିଲେ।ଆଗାମୀ ପନ୍ଦର ଦିନ ଭିତରେ ଦାବୀ ପୁରଣ ନହେଲେ ଦରକାର ପଡ଼ିଲେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରି ଅଚଳ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଥିଲେ।।

Leave a Reply

Your email address will not be published. Required fields are marked *