ରାଜ୍ୟ

ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମହାନତା, ପ୍ରୋଟୋକଲକୁ ଖାତିର ନକରି ଲୋକଙ୍କ ସମସ୍ୟା କାଗଜ ଧରି ଜିଲ୍ଲପାଳଙ୍କ ପାଖରେ ପହଞ୍ଚିଲେ

ଆଜି ଢେଙ୍କାନାଳରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୋଟୋକଲକୁ ଖାତିର ନକରି ଲୋକଙ୍କ ସମସ୍ୟାର କାଗଜ ଧରି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦେବା ସହ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି ।

• ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରେକୃଷ୍ଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଏକ ଶହୀଦ ସ୍ମୃତି ଫଳକର ଉନ୍ମୋଚନ କରିଥିଲେ । ସ୍କୁଲ ପରିସରରେ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମ କମିଟିର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲର ଶ୍ରେଣୀଗୃହ, ପାଚେରୀ, ଶିକ୍ଷକ ଅଭାବ ଓ ପରିବେଶ ଠିକ୍ ନଥିବା କହିବା ସହ ଏକ ଅଭିଯୋଗ ପତ୍ର ଦେଇଥିଲେ ।

• ଆମ ଅଞ୍ଚଳରେ ମନରେଗାର ଅନିୟମିତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିବା ନେଇ ରାଜ୍ୟ ସରକାର ପାତରଅନ୍ତର କରିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ।

• ହରେକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟର ଦୂରାବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବ୍ୟଥିତ କରିଥିଲା । ଏହି କଥାକୁ ଗୁରୁତ୍ୱର ସହ ନେଇ ସେ ଭାବବିହ୍ୱଳ ହୋଇ ପଡିଥିଲେ ।

• ତାଙ୍କର ନିର୍ଦ୍ଦାରିତ କାର୍ଯ୍ୟକ୍ରମର ସମୟକୁ କମ୍ କରି ତୁରନ୍ତ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବା ପାଇଁ ସେ କହିଥିଲେ । ସରକାରୀ ଛୁଟି ଥିବାରୁ କେନ୍ଦ୍ରମନ୍ତ୍ରୀ ନିଜେ ଜିଲ୍ଲାପାଳଙ୍କ ବାସଭବନ ସ୍ଥିତ ଅଫିସରେ ଯାଇ ପହଞ୍ଚିଥିଲେ । ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ ସମସ୍ୟାକୁକୁ ଜିଲ୍ଲାପାଳଙ୍କ ପାଖରେ ଉଦ୍ଧୃତ କରିବା ସହ ସେମାନେ ଦେଇଥିବା ଦାବି ପତ୍ରକୁ ପ୍ରଦାନ କରିଥିଲେ ।

• କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁଥିଲେ ନିଜ ପାଖକୁ ଜିଲ୍ଲାପାଳଙ୍କୁ ଡକାଇ ଏହି ବିଷୟରେ ଆଲୋଚନା କରିପାରିଥାନ୍ତେ । କିନ୍ତୁ ପ୍ରତ୍ୟକ୍ଷ ଭାବରେ ଜନସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ, ଯାହା ତାଙ୍କର ମହାନତାକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *